ସୁନ୍ଦରଗଡ଼ ସିଡିଏମ୍ଓଙ୍କ ଉପରୁ ନିଲମ୍ବନ ହଟିଲା, ଆଜି ସମ୍ବଲପୁର ସଦର ଡାକ୍ତରଖାନାରେ ଯୋଗଦେବେ

ସୁନ୍ଦରଗଡ଼/ସମ୍ବଲପୁର : ରାଜ୍ୟ ସରକାର ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପଙ୍କଜ ପଟେଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛନ୍ତି। ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସିନିଅର କନ୍‌ସଲଟାଣ୍ଟ ଭାବେ ବଦଳି କରାଯାଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କିତ ଆଦେଶ ଜାରି ହୋଇଛି। ଡା. ପଟେଲ ଶୁକ୍ରବାର ସଂଧ୍ୟାରେ ସମ୍ବଲପୁରରେ କାର୍ଯ୍ୟରେ ଯୋଗଦାନ କରିବାର ଥିଲା। କିନ୍ତୁ ସେ ଶନିବାର ପୂର୍ବାହ୍ନରେ ଯୋଗଦେବେ ବୋଲି ଜଣାଇଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ମାତ୍ର ୨ ସପ୍ତାହ ନ ଯାଉଣୁ ସରକାର ନିଲମ୍ବନ ପ୍ରତ୍ୟାହାର କରିବା ଚର୍ଚ୍ଚାର ବିଷୟ ହୋଇଛି। ଗତ ୧୩ ତାରିଖରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନରେ ଆସିଥିବା ବେଳେ ‘ମୋ ସରକାର’ କାର୍ଯ୍ୟକ୍ରମ ପରିଚାଳନାରେ ତ୍ରୁଟି ଓ ଅବହେଳା ପାଇଁ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ପଟେଲଙ୍କୁ ନିଲମ୍ବିତ କରିଥିଲେ। ଏହା ସହ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ଜାରି ହୋଇଥିଲେ କାରଣ ଦର୍ଶାଅ ନୋଟିସ।

ସମ୍ବନ୍ଧିତ ଖବର