୪ ପୌର ସଂସ୍ଥାକୁ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର

ଭୁବନେଶ୍ବର : ଓଡ଼ିଶାର ଚାରିଟି ପୌର ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର-୨୦୧୯ ମିଳିଛି। ଯାଜପୁର, ପାରାଦୀପ ଓ କରଞ୍ଜିଆ ପୌରପାଳିକା ଏବଂ ତରଭା ଏନ୍‌ଏସିକୁ ଏହି ପୁରସ୍କାର ମିଳିଛି। ଗତକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ପୁରସ୍କାର ପ୍ରଦାନ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ପୌର ପ୍ରଶା‌ସନ ନିର୍ଦ୍ଦେଶକ ତଥା ସ୍ବଚ୍ଛ ଭାରତ ମିସନ୍‌ର ରାଜ୍ୟ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ନେତୃତ୍ବରେ ଯାଜପୁର ପୌରପାଳିକାର ନିର୍ବାହୀ ଅଧିକାରୀ ସରୋଜ କୁମାର ରାଉତ, ପାରାଦୀପ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି, କରଞ୍ଜିଆ ନିର୍ବାହୀ ଅଧିକାରୀ ବିଜୟ କୁମାର ନାୟକ ଓ ତରଭା ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ ୋଗ ଦେଇ ପୁରସ୍କାର ଗ୍ରହଣ କରିଥିଲେ। ।

ସୂଚନାଯୋଗ୍ୟ ଯେ ସ୍ବଚ୍ଛତା ସର୍ଭେକ୍ଷଣରେ ସାରା ଦେଶରୁ ୪୨୩୭ ସହର ଅଂଶଗ୍ରହଣ କରିଥିଲେ। ତାହା ମଧ୍ୟରୁ ଗତକାଲି ଓଡ଼ିଶାର ୪ଟି ସହର ସମେତ ୭୦ଟି ସହର ପୁରସ୍କୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର