ଶିକ୍ଷାନୁଷ୍ଠାନକୁ ଯାଉଥିବା ବସ୍‌ ଉପରୁ ଟିକସ ଛାଡ଼

ଭୁବନେଶ୍ବର : ସମସ୍ତ ଶିକ୍ଷାନୁଷ୍ଠାନକୁ ଯାତାୟାତ କରୁଥିବା ବସ୍‌ଗୁଡ଼ିକ ଉପରୁ ରାଜ୍ୟ ସରକାର ଟିକସ ଛାଡ଼ କରିଛନ୍ତି। ଏଥିସହ ଷ୍ଟେଜ୍‌/କଣ୍ଟ୍ରାକ୍ଟ କ୍ୟାରେଜ ଗୁଡ଼ିକ ଉପରୁ ମଧ୍ୟ ଅତିରିକ୍ତ ଟିକସ ଛାଡ଼ କରାଯାଇଛି। ଏପ୍ରିଲ ଓ ମେ’ ମାସ ପାଇଁ ଏହି ଟିକସ୍ ଛାଡ଼ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ବସ୍‌ ମାଲିକ ସଂଘର ଦାବିଗୁଡ଼ିକୁ ବିଚାରକୁ ନେଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ଦ୍ବିତୀୟ ଲହର କାରଣରୁ ଅନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ କରାଯାଇଛି। ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ମଧ୍ୟରେ ରାଜ୍ୟ-ରାଜ୍ୟ ମଧ୍ୟରେ ବସ୍‌ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏନେଇ ଗତ ୨୪ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର