ଜିଓ ପକ୍ଷରୁ ଭୁବନେଶ୍ୱର-କଟକର ପ୍ରମୁଖ ଦୁର୍ଗାପୂଜା ପେଣ୍ଡାଲର ଡିଜିଟାଲ ଉପସ୍ଥାପନା

ଭୁବନେଶ୍ୱର : ଦୁର୍ଗାପୂଜା ଓ ଦଶହରାର ପାର୍ବଣ ଅବସରରେ ପ୍ରମୁଖ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ଜିଓ ପକ୍ଷରୁ ଭୁବନେଶ୍ୱର-କଟକ ସହରର ଚାରିଟି ଲେଖାଏଁ ପ୍ରମୁଖ ପୂଜାମଣ୍ଡପ ଓ ପେଣ୍ଡାଲକୁ ମାଇଁ ଜିଓ ଆପ୍ସରେ ଏନ୍‌ଗେଜ୍‌ ସେଗ୍‌ମେଣ୍ଟରେ ଆକର୍ଷଣୀୟ ଭିଡିଓ ଜରିଆରେ ଉପସ୍ଥାପିତ କରାଯାଇଛି ।
ଏହି ଡିଜିଟାଲ ଉପସ୍ଥାପନ ଜରିଆରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳରେ ରହୁଥିବା କୋଟି କୋଟି ଜିଓ ବ୍ୟବହାରକାରୀମାନେ ଯେଉଁମାନେ ଭୁବନେଶ୍ୱର ଓ କଟକ ସହରର ଦୁର୍ଗାପୂଜା ଏବଂସାଜସଜ୍ଜା ଦେଖିବାକୁ ଚାହୁଁଛନ୍ତି ସେମାନେ ନିଜ ଫୋନରେ ମାଇଁଜିଓ ଆପରେ ଏନ୍‌ଗେଜ୍‌ ସେଗ୍‌ମେଣ୍ଟକୁ ଯାଇ ଉଭୟସହରର ଚାରିଟିି ଲେଖାଏଁ ପ୍ରମୁଖ ପୂଜା ପେଣ୍ଡାଲର ମଣ୍ଡପ, ତୋରଣ ଓ ସାଜସଜ୍ଜା ଇତ୍ୟାଦିର ଭିଡିଓ ଦେଖିପାରିବେ ।ଏଥି ସହିତ ଗୋଟିଏ ବଟନ କ୍ଲିକରେ ପୂଜା ପେଣ୍ଡାଲ ଗୁଡିକର ଭିଡିଓ ଉପଲବ୍ଧ କରାଇବାରେ ଜିଓ ଏକମାତ୍ର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ହୋଇପାରିଛି ।

ମାଇଁ ଜିଓ ଆପରେ ଉପଲବ୍ଧ ହେଉଥିବା ସଂସ୍କୃତିର ସହର କଟକର ଚାରିଟିି ପୂଜାମଣ୍ଡପ ଓ ସୁଦୃଶ୍ୟ ଚାନ୍ଦିମେଢ ମଧ୍ୟରେ ରହିଛି ଚୌଧୁରୀ ବଜାର, ଯୋବ୍ରା, ଶେଖବଜାର ଓ ଚାନ୍ଦିନୀଚୌକ ପୂଜାମଣ୍ଡପ । ସେହିଭଳି ଉପଲବ୍ଧ ରହିଥିବା ଭୁବନେଶ୍ୱରର ଥିମ୍ଭିତିକ ପୂଜାମଣ୍ଡପ ମଧ୍ୟରେ ରହିଛି ସହିଦ ନଗର, ରସୁଲଗଡ, ନୟାପଲ୍ଲୀ ଓ ଝାରପଡାପୂଜାମଣ୍ଡପ ଓ ପେଣ୍ଡାଲ । ଏଥିସହିତ ପ୍ରଥମ ଥର ପାଇଁ ଦେଶ ବିଦେଶରେ ରହୁଥିବା ଲୋକମାନେ ଭିଡିଓ ଜରିଆରେ କଟକ ଭୁବନେଶ୍ୱରର ପୂଜାପେଣ୍ଡାଲ ଓ ପାର୍ବଣରସାଜସଜ୍ଜା ନିଜ ମୋବାଇଲରେ ଦେଖିବାରସୁଯୋଗ ନେଇପାରିବେ ।
ଜିଓଫାଇବର ନେଇ ଲୋକମାନଙ୍କ ମଧ୍ୟରେ ରହିଥିବା ପ୍ରବଳ ଉତ୍ସାହ ଦୃଷ୍ଟିରୁ ଭୁବନେଶ୍ୱରରୁ ନୟାପଲ୍ଲୀ ପୂଜାମଣ୍ଡପ ଏବଂ ରାଉରକେଲାର ସେକ୍ଟର ୬ ପୂଜାମଣ୍ଡପ ଠାରେ ସ୍ୱତନ୍ତ୍ର ଜିଓ ଫାଇବରସୂଚନା କିଓସ୍କ ଖୋଲାଯାଇଛି ।

ଗ୍ରାମାଂଚଳରେ ଜିଓଫୋନର ବହୁଳ ଲୋକପ୍ରିୟତାଏବଂ ନିକଟରେ ଘୋଷଣା ହୋଇଥିବା ଜିଓଫୋନ ଦୀପାବଳୀ ୨୦୧୯ ଅଫର ପରିପ୍ରେକ୍ଷୀରେ ଜିଓପକ୍ଷରୁ କଟକ ଜିଲ୍ଲାର କିଷନ ନଗର ଓ ଖୋର୍ଦ୍ଧା ଜିଲ୍ଲାରେ ବେଗୁନିଆଠାରେ ସ୍ୱତନ୍ତ୍ର ଷ୍ଟଲସ୍ଥାପନ କରାଯାଇଛି । ଉଲ୍ଲେଖେଯାଗ୍ୟ ଯେ ଜିଓଫୋନ ଦୀପାବଳି ୨୦୧୯ ଅଫର ସହିତମାତ୍ର ୬୯୯ଟଙ୍କାରେ ଜିଓଫୋନ ମିଳିବାସହଗ୍ରାହକମାନଙ୍କୁ ପରବର୍ତ୍ତୀ ୭ଟି ରିଚାର୍ଜଉପରେ ପ୍ରତ୍ୟେକ ଥର ୯୯ ଟଙ୍କାର ଅତିରିକ୍ତଡାଟାମାଗଣାରେ ଉପଲବ୍ଧ ହେଉଛି । ଜିଓଫୋନରେ ରହିଥିବା ବ୍ୟାପକସୁବିଧା ଓ ଆପ୍ସକୁ ପ୍ରଦର୍ଶିତ କରାଯିବାସହିତ ପୂଜାମଣ୍ଡପକୁ ଆସୁଥିବା ଲୋକଙ୍କ ପାଇଁ ବିବିଧ ଆକର୍ଷଣୀୟ ଖେଳ ଓ ପୁରସ୍କାର ଜିତିବାରସୁଯୋଗ ଓ ବ୍ୟବସ୍ଥାକରାଯାଇଛି ।
ଉଲ୍ଲେଖକରାଯାଇପାରେ ଯେ ଜିଓଫୋନରେ ଅନ୍ୟ ସ୍ମାର୍ଟଫୋନ ଭଳି ମନୋରଂଜନ, ଶିକ୍ଷ, ସୂଚନା ଓ ଅନ୍ୟ ସେବା ସମେତ ଫେସବୁକ୍, ହ୍ୱାର୍ଟସଆପ୍, ୟୁଟ୍ୟୁବ୍‌ ଭଳି ସୋସିଆଲ ନେଟୱାର୍କିଂ ଆପ୍ସ ସହଜରେ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର