୧୧ରେ ଖୋଲିବ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଙ୍ଗ୍‌ ଏବଂ ବୃତ୍ତିଗତ ମହାବିଦ୍ୟାଳୟ ଓ ଡିପ୍ଲୋମା ପ୍ରତିଷ୍ଠାନ

ଭୁବନେଶ୍ୱର: ହ୍ରାସ ପାଇଥିବା କୋଭିଡ୍‌-୧୯ ସଂକ୍ରମଣ ପରିସ୍ଥିତିକୁ ବିଚାର କରି ସରକାର ରାଜ୍ୟରେ ଥିବା ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଙ୍ଗ୍‌ ଓ ବୃତ୍ତିଗତ ମହାବିଦ୍ୟାଳୟ ଏବଂ ଡିପ୍ଲୋମା/ପୋଷ୍ଟ୍‍ ଡିପ୍ଲୋମା ପ୍ରତିଷ୍ଠାନଗୁଡ଼ିକୁ ଜାନୁଆରି ୧୧ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

.newindianexpress.com

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରଶାସନ ଅଧୀନରେ ଥିବା ଏହି ସବୁ ପ୍ରତିଷ୍ଠାନଗୁଡ଼ିକ ସୋମବାର ଠାରୁ (୧୧ ଜାନୁଆରି) ପିଜି, ୟୁଜି ଓ ଡିପ୍ଲୋମା କରୁଥିବା ଶେଷବର୍ଷ ଶିକ୍ଷାର୍ଥୀଙ୍କ ପାଇଁ କ୍ଲାସ୍‌ରୁମ୍‌ରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏଥିନିମନ୍ତେ ସରକାର ‘ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍‌ ପ୍ରୋସିଜିଓର୍‌’ (ଏସ୍‌ଓପି) ମଧ୍ୟ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର