ମନ୍ଦିରରୁ ଚୋରି, ଯୁବକ ଗିରଫ

ହାଟଡିହି: ହାଟଡିହି ବ୍ଲକ୍‌ ସୋସୋ ଥାନା ଅଧୀନ ଢେଙ୍କା ବଜାରରେ ଥିବା ତାରିଣୀ ମନ୍ଦିରରୁ ଚୋରି ଅଭିଯୋଗରେ ସୋସୋ ପୁଲିସ ଠାକୁରପାଟଣା ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମ ହେଲା ଦିଲୀପ ଦେହୁରୀ।

ପ୍ରାପ୍ତ ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ଢେଙ୍କା ତାରିଣୀ ମନ୍ଦିରରୁ ଘଣ୍ଟାଘଣ୍ଟା ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ଦିଲୀପ ସମେତ ଜଣେ ନାବାଳକକୁ ଧରି ପୁଲିସ ଜିମା ଦେଇଥିଲେ। ନାବାଳକକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ଦିଲୀପକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ବିଦ୍ୟାଧରପୁର ଓ ଢେଙ୍କା ଅଞ୍ଚଳରେ ହୋଇଥିବା ଏକାଧିକ ଚୋରିରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର