ପାଣି ପାଇଁ ଚିନ୍ତା ପ୍ରକଟ କଲେ ବିଧାୟକ

ଭୁବନେଶ୍ବର : ବିଧାନସଭାରେ ମରୁଡ଼ି ଚିନ୍ତା। େକନାଲରେ ପାଣି ଛଡ଼ାଯିବା ସହିତ ଅଚଳ ଉଠାଜଳସେଚନ ପ୍ରକଳ୍ପକୁ ସଚଳ କରିବା ଲାଗି ବିଧାୟକମାନେ ଦାବି କରିଥିଲେ।

ଆଜି ଶୂନ୍ୟକାଳରେ ବିେଜଡି ବିଧାୟକ ଭୂପିନ୍ଦର ସିଂହ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଚଳିତବର୍ଷ ରାଜ୍ୟର ୩୧ ପ୍ରତିଶତ କମ୍ ବର୍ଷା େହାଇଛି। ସାରା ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି। ଏଭଳି ସମୟରେ ଚାଷୀଙ୍କୁ ପାଣି ଦେବା ନିହାତି ଦରକାର। ଗତବର୍ଷ େସପ୍ଟେମ୍ବରରେ େହାଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଉଠାଜଳସେଚନ ପଏଣ୍ଟ ଏଯାଏ ମରାମତି େହାଇନାହିଁ। ଟ୍ରାନସଫର୍ମର, େମାଟର ଭାସିଯାଇଥିଲା। ବର୍ତମାନ ଅଚଳ େହାଇ ରହିଛି। ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।

ବିେଜଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିେଲ, ପାଣିପାଗର ଅନିଶ୍ଚିତତା କାରଣରୁ ମରୁଡ଼ି ପରିସ୍ଥିତି ସୃଷ୍ଟି େହାଇଛି। ସରକାର ତୁରନ୍ତ େକନାଲରେ ପାଣି ଛାଡ଼ନ୍ତୁ। ପ୍ରମୁଖ କେନାଲରେ ପାଣି ନ ଥିବାରୁ ଜଳସେଚନ େହାଇପାରୁନାହିଁ। ତଳି ମରିଗଲାଣି।

ସମ୍ବନ୍ଧିତ ଖବର