ବରଗଡ଼ ଜୀରା ନଦୀରେ ପୁଣି ଧୋଇଗଲା ଆପ୍ରୋଚ୍ ରାସ୍ତା   

ବରଗଡ଼: ଉପରମୁଣ୍ଡରେ ବର୍ଷା ଯୋଗୁଁ ଜୀରା ନଦୀରେ ପାଣି ସୁଅ ବଢ଼ି ଯାଇଚି। ପ୍ରଖର ପାଣି ସୁଅରେ ଜୀରା ଭିତରେ ଥିବା ଆପ୍ରୋଚ୍‌ ରୋଡ୍‌ ପୁଣି ଧୋଇ ଯାଇଛି। ଫଳରେ ବରଗଡ଼-ଅମ୍ବାପାଲି ମଧ୍ୟରେ ସିଧାସଳଖ ‌ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଛି। ଅପ୍ରୋଚ୍‌ ରୋଡ୍‌ର କିଛି ଅଂଶ ଧୋଇ ହୋଇଯାଇଛି। ତେଣୁ ଲୋକେ ୫କିଲୋମିଟର୍‌ ବୁଲି ହିଁ ଅମ୍ବା‌ପାଲି ପହଂଚିବାକୁ ବାଧ୍ୟ। କିଛି ଦିନ ତଳେ ଲଗାଣ ବର୍ଷାରେ ଜୀରାନଦୀ ଫୁଲି ଉଠିଥିଲା। ବେଶ୍‌ କେଇ ଦିନ ଆପ୍ରୋଚ୍‌ ରୋଡ୍‌ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ମରାମତି ପରେ କିଛି ଦିନ ଯାତାୟତ ସ୍ବାଭାବିକ ହୋଇଥିଲା। କିନ୍ତୁ ଏବେ ପୁଣି ଆପ୍ରୋଚ୍‌ ରୋଡ୍‌ ଧୋଇ ହୋଇଯାଇଛି। ଜୀରା ନଦୀରେ ଚାଲିଥିବା ବ୍ରିଜ୍‌ କାମ ମଧ୍ୟ ଧୀମେଇ ଯାଇଛି। ୨୦୧୮ ମେ’ ମାସରେ ନୂଆ ପୋଲ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା।  ସଂପୂର୍ଣ୍ଣ ବ୍ରିଜ୍‌ ନିର୍ମାଣ ପାଇଁ ୩୦ ମାସ ସମୟ ଧାର୍ଯ୍ୟ ରହିଥିଲା। ଅର୍ଥାତ ୨୦୨୦ ମସିହା ନଭେମ୍ବର ସୁଦ୍ଧା ପୋଲ କାମ ସରିବା କଥା। କିନ୍ତୁ ଅବଧି ଠାରୁ ଆହୁରି ଦେଢ଼ ବର୍ଷ ଉପରେ ବିତି ଯାଇଥିଲେ ହେଁ ପୋଲ କାମ ସରିନାହିଁ।

ସମ୍ବନ୍ଧିତ ଖବର