ଝାଡୁ ମାରି ସ୍ବଚ୍ଛତା ବାର୍ତ୍ତା ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା ଓ ବିଡିଓ

ହାଟଡିହି: ହାଟଡିହି ବ୍ଲକ୍‌ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗାଁରେ ଝାଡ଼ୁଧରି ରାସ୍ତାଘାଟ ସଫା କରିବା ସହିତ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଓ ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ। ସ୍ୱଚ୍ଛ ଭାରତ ମିସନ ଆନୁକୂଲ୍ୟରେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାମଲ, ନାଏବ ସରପଞ୍ଚ ବାସନ୍ତୀ ବେହେରା, ଆର୍‌ଡବ୍ଲୁଏସ୍‌ଏସ୍‌ ବ୍ଲକ୍‌ ସଂଯୋଜକ କାର୍ତ୍ତିକ ପାତ୍ର, ଭାରପ୍ରାପ୍ତ ଜିପିଇଓ ନରହରି ନାୟକ, ଜିଆର୍‌ଏସ୍‌ ସୌଭାଗିନୀ ରାୟ ସର୍ଦ୍ଦାର, ଏସଏଚ୍‌ଜି ସମ୍ପାଦିକା ପ୍ରମିଳା ବରାଳ, ସ୍ୱେଚ୍ଛାସେବୀ ସଂଗଠନ ସୁନୀଲ ବରାଳ ଯୋଗଦେଇ ପ୍ଲାଷ୍ଟିକ ବର୍ଜନ, ସାବୁନରେ ହାତ ଧୋଇବା, ରାସ୍ତାଘାଟ ସଫା ରଖିବାକୁ ଲୋକଙ୍କୁ ସଚେତନ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା ହିଁ ସେବା ଉପରେ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ଗାଁର ଶତାଧିକ ମହିଳାଙ୍କ ସହ ପଦଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ବିଡିଓ ଓ ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଗ୍ରାମବାସୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ମହିଳାମାନେ ପ୍ଲାଷ୍ଟିକ ବର୍ଜନ ପାଇଁ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ସୁକାନ୍ତୀ ଲେଙ୍କା, ଶୁଭଶ୍ରୀ ମହାନ୍ତି, ଗୌରୀ ପ୍ରଧାନ, ସଞ୍ଜୁଲତା ଧୀର, ଆଶାକର୍ମୀ ମାଳତୀ ଜେନା, ସଞ୍ଜୁଲତା ମୁଦୁଲି, ମନୋରମା ଜେନା, ସସ୍ମିତା ପ୍ରଧାନ, କନକଲତା ଜେନା, ସବିତା ନାୟକ, ୱାର୍ଡସଭ୍ୟ ଜଗନ୍ନାଥ ଦାସ, ହୃଷୀକେଶ ପରିଡ଼ା, ରମେଶ ବିଶ୍ୱାଳ, ମଦନ ଗିରି, ନନ୍ଦକିଶୋର ବେହେରା, ଦତ୍ତାତ୍ରୟ ରାୟସର୍ଦ୍ଦାର, ପ୍ରଦୀପ ରାଉତ, ଅକ୍ଷୟ ଖଟୁଆ, ଶ୍ରୀଧର ଖଟୁଆ  ଦୁର୍ଯ୍ୟୋଧନ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର