କକା-ପୁତୁରାଙ୍କୁ ସାଇକେଲରୁ ଟାଣି ଦଳି ମାରିଲା ହାତୀ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେଢ଼ାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଛି। କକା ଓ ପୁତୁରା ରେଢ଼ାଖୋଲ-ନାକ୍ଟିଦେଉଳ ରାସ୍ତାରେ ଯାଉଥିବା ବେଳେ ହାତୀଟି ସାଇକେଲରୁ ଉଭୟଙ୍କୁ ଟାଣି ଦଳି ଦେଇଛି। ମୃତକ ଦ୍ବୟ ରେଢ଼ାଖୋଲ ଏନ୍ଏସିର ଡିମିରିକୁଦର ଗାଁର ହୋଇଥିବା ସୂଚନା ରହିଛି। ଖବରପାଇ ସକାଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

ହାତୀଟି ନିକଟସ୍ଥ ଜଙ୍ଗଲରେ ଥିବା ବନ ବିଭାଗ କର୍ମଚାରୀ କହିଛନ୍ତି। ଜାତୀୟ ରାଜପଥ ପାର ହେବା ବେଳେ ଏହି ଘଟଣା ଘଟିଛି। କକା ଦୁଃଶାସନ ଭୋଇ (୨୬), ପୁତୁରା ଲତିକ ଭୋଇ (୫)। ଗତକଲି ସେମାନେ ସନ୍ଧ୍ୟାରେ କୌଣସି କାମରେ ଯାଉଥିବା ବେଳେ ହାତୀ ରାସ୍ତା ପାର ହେଉଥିଲା। ଉଭୟଙ୍କୁ ଦେଖି ଆକ୍ରମଣ କରି ଦଳି ଦେଇଥିଲା। ଗତକାଲି ଉଭୟ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଆଜି ସକାଳେ ଜଙ୍ଗଲ ପାଖରେ ସାଇକେଲ୍ ପଡ଼ିଥିବା ଦେଖି ଖୋଜାଖୋଜି କରିଥିଲେ। ଫଳରେ ଜଙ୍ଗଲ ଭିତରୁ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଦୁଃଶାସନ ଭୋଇ ରେଢ଼ାଖୋଲ ଭୀମଭୋଇ କଲେଜର ଜଣେ କର୍ମଚାରୀ ଥିବା ଜଣାପଡ଼ିଛି। ଗତ କିଛିଦିନ ହେବ ରେଢ଼ାଖୋଲ ଆଖପାଖ ଅଞ୍ଚଳରେ ହାତୀଙ୍କ ଉତ୍ପାତ ବଢ଼ି ଚାଲିଛି। ହାତୀ ଘଉଡ଼ାଇବା ନେଇ ଜଙ୍ଗଲ ବିଭାଗ ତତ୍ପରତା ପ୍ରକାଶ କରୁ ନ ।ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର