କିନ୍ନରମାନଙ୍କ ଜାତୀୟ ପରିଷଦ ଗଠିତ, ପୂର୍ବ ଜୋନ୍‌ର ସଦସ୍ୟ ରୂପେ ମୀରା ପରିଡ଼ା ମନୋନୀତ

ନୂଆଦିଲ୍ଲୀ:ଦେଶରେ କିନ୍ନରମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ପ୍ରଥମଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ଜାତୀୟ ପରିଷଦର ପୂର୍ବ ଜୋନ୍‌ର ସଦସ୍ୟ ରୂପେ ମୀରା ପରିଡାଙ୍କୁ ମନୋନୀତ କରାଯାଇଛି। ପରିଷଦରେ ୫ଟି ଜୋନ୍ ପାଇଁ କିନ୍ନର ଗୋଷ୍ଠୀରୁ ସଦସ୍ୟ ମନୋନୀତ କରାଯାଇଛି। ମନୋନୀତ ୫ଟି ଜୋନ୍‌ର ସଦସ୍ୟ ମାନଙ୍କର ୩ ବର୍ଷର କାର୍ଯ୍ୟକାଳ ରହିବ। ଓଡିଶାରୁ ପୂର୍ବ ଜୋନ୍‌ର ସଦସ୍ୟ ରୂପେ ମନୋନୀତ ମୀରା ପରିଡ଼ା କିନ୍ନର ସଂପ୍ରଦାୟର ଉନ୍ନତିପାଇଁ ଦାର୍ଘଦିନରୁ କାର୍ଯ୍ୟକରୁଛନ୍ତି ତଥା ବିଜେଡି ଦଳରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ଜାତୀୟ ପରିଷଦର ପୂର୍ବ ଜୋନର ସଦସ୍ୟ ରୂପେ ମନୋନୀତ ହେବା ପରେ ତାଙ୍କର ଦାୟିତ୍ବ ବୃଦ୍ଧି ପାଇଛି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର