ଶୁକ୍ରବାର ଠାରୁ ବିଧାନସଭା ବଜେଟ୍‌ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ

ଭୁବନେଶ୍ବର: ଆସନ୍ତା ଶୁକ୍ରବାର ଠାରୁ ବିଧାନସଭା ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। କିନ୍ତୁ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ବିଧାୟକ, ସୁରକ୍ଷା କର୍ମଚାରୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ଏ ନେଇ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଓ ଗୁରୁବାର ଦୁଇଦିନ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଛି। ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯିବ। ଯେଉଁ ବିଧାୟକ, ସୁରକ୍ଷା କର୍ମଚାରୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ନେଗେଟିଭ୍‌ ରିପୋର୍ଟ ଆସିବା ସେମାନଙ୍କୁ ବିଧାନସଭା ଆସିବା ପାଇଁ ଅନୁମତି ମିଳିବ।

ସମ୍ବନ୍ଧିତ ଖବର