ମନ୍ଦିର ଉପ‌ରେ ଚଢ଼ି ନାକେଦମ କଲା ଯୁବକ

କୁଆମରା: ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ପାଇଁ ଆଜି ବଡ଼ସାହି ଅଗ୍ନିଶମ ବିଭାଗକୁ ନାକେଦମ୍ ହେବାକୁ ପଡ଼ିଛି। ଗୋପବନ୍ଧୁନଗର ବ୍ଲକ୍‌ ପଶୁଦା ପଞ୍ଚାୟତର ମହୁଲିଆ ଛକରେ ନିର୍ମାଣଧୀନ ହନୁମାନ ମନ୍ଦିର ଉପରେ ଆଜି ଜଣେ ଅପରିଚିତ ବ୍ୟକ୍ତି ଚଢ଼ିଯାଇ ଶୀର୍ଷରେ ବସି ରହିଥିଲେ। ସେ ୪୦ ଫୁଟ୍‌ ଉପରେ ସକାଳ ଠାରୁ ବସିଥିବା ବେଳେ ତା‌ଙ୍କୁ ତାଳକୁ ଆଣିବାରେ ବିଫଳ ହେବାରୁ ଗ୍ରାମବାସୀ ଶେଷରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ କେନ୍ଦ୍ର ଅଧିକାରୀ ବାବୁଧର ବିନ୍ଧାଣୀଙ୍କ ନେତୃତ୍ୱରେ ଅଗ୍ନିକ କୈଳାସ ଚନ୍ଦ୍ର ମୁଦୁଲି, ସୁମନ୍ତ ଦାସ, ମଦନ ମୋହନ ସାହୁ, ବିଶ୍ବନାଥ ଗୁରୁ ଓ ନଗେନ୍ଦ୍ର କୁମାର ରାଉତ ପ୍ରମୁଖ ପହଞ୍ଚି ବହୁ ସମୟର କସରତ ପରେ ତାଙ୍କୁ ତଳକୁ ଆଣିବାରେ ସକ୍ଷମ ହୋଇଥିଲେ। ଯୁବକଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ବେଳେ ତାଙ୍କ ପରିଚୟ ମିଳିପାରିନି।

ସମ୍ବନ୍ଧିତ ଖବର