ରାଜ୍ୟରେ ସାଢ଼େ ୪ ହଜାର ପୁଲିସ ପଦ ଖାଲି

ଭୁବନେଶ୍ୱର: ରାଜ୍ୟରେ ଏବେ ୬୪୩ ଥାନା ଓ ୩୨୩ ଫାଣ୍ଡି ଥିବା ବେଳେ ମୋଟ ୪ ହଜାର ୭୩୯ ପଦ ଖାଲି ପଡ଼ିଛି। ଥାନା ଓ ଫାଣ୍ଡି ଚଳାଇବା ପାଇଁ ୧୪ ହଜାର ୪୧୮ଜଣ ପୁଲିସ ଅଧିକାରୀ ଅଛନ୍ତି ବୋଲି ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନ ସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହାଛଡ଼ା ଥାନା, ଫାଣ୍ଡିରେ ୮୪୮ଟି ହାଲୁକା ଯାନ ଏବଂ ୧୩୬୩ଟି ବାଇକ୍‌ ଓ ସ୍କୁଟି ବ୍ୟବହାର କରାଯାଉଛି। ତେବେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା କୋଟା ଗାଁରେ ନୂତନ ଥାନା ପାଇଁ ଏବେ କୌଣସି ପ୍ରସ୍ତାବ ନାହିଁ ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର