ଚୋରର ବଦାନ୍ୟତା: ଛଅ ମାସ ପରେ ବାଇକ୍ ଫେରାଇ ଦେଲେ

ବୈପାରିଗୁଡା: ଛଅ ମାସ ତଳେ ବାଇକ୍ ଚୋରି କରି ନେବା ପରେ ପୁଣି ଯେଉଁ ସ୍ଥାନରୁ ନେଇଥିଲେ। ଠିକ୍ ସେହି ସ୍ଥାନରେ ରଖିଦେଇ ଚାଲିଯିବା ଭଳି ଏକ କୈାତୁହଳ ପୁର୍ଣ୍ଣ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ। ଘଟଣା ଅନୁଯାୟୀ ଜୟପୁରର ଜଗବନ୍ଧୁ ନାୟକ ଜଣେ ମାଛ ବ୍ୟବସାୟୀ ଏବଂ ସେ ବୈପାରିଗୁଡାରେ ଘର ଭଡ଼ା ନେଇ ମାଛ ବ୍ୟବସାୟ କରନ୍ତି।ଗତ ଅକ୍ଟୋବର ମାସ ନଅ ତାରିଖ ଦିନ ଜଗବନ୍ଧୁ ପ୍ରତିଦିନ ଭଳି ଓଡି ୧୦ଇ ୦୨୬୧ ନମ୍ବର ବିଶିଷ୍ଟ ନିଜ ନିଜ ବାଇକଟିକୁ ଗୁପ୍ତେଶ୍ୱର ରୋଡ଼ ରେ ରହିଥିବା ମା’ ମାଉଲି ମୋବାଇଲ ଦୋକାନ ସାମ୍ନାରେ ନିଜ ବ୍ୟବସାୟରେ ବ୍ୟସ୍ତ ରହିଥିଲେ।

ତେବେ ଅପରାହ୍ନ ସାଢେ଼ ଦୁଇଟା ଯାଏ ବାଇକ୍ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥିବା ସେ ଦେଖିଥିଲେ ମଧ୍ୟ ବିକ୍ରି ସାରି ସାଢ଼େ ଚାରିଟା ବେଳେ ଦେଖିଲେ ଯେ ବାଇକ୍ ରଖାଯାଇଥିବା ସ୍ଥାନରେ ନାହିଁ।ବହୁ ଖୋଜାଖୋଜି ପରେ ମଧ୍ୟ ବାଇକର ସନ୍ଧାନ ନପାଇ ଶେଷରେ ଥାନାରେ ଚୋରି ହୋଇଯାଇଥିବା ନେଇ ଏତଲା ଦେଇଥିଲେ। ତେବେ ଗତ କିଛି ଦିନ ତଳେ ଜଗବନ୍ଧୁଙ୍କ ମାଆ ମାଛ ବିକ୍ରି କରୁଥିବା ବେଳେ ନିଜ ବାଇକଟିକୁ ନିର୍ଦ୍ଦିଷ୍ଟ ସେହି ରଖାଯାଇଥିବା ଦେଖିବାକୁ ପାଇଲେ। ନିଜ ବାଇକଟିକୁ ଚିହ୍ନଟ କରିବା ସହ ଏନେଇ ଥାନାରେ ଜଣାଇଥିଲେ। ପୋଲିସ ବାଇକଟିକୁ ଉଦ୍ଧାର କରିବା ସହ ଥାନାରେ ରଖିଥିଲେ। ଜଗବନ୍ଧୁ ବ୍ରହ୍ମପୁର ଯାଇଥିବାରୁ ଆଜି ଫେରି ଗାଡ଼ିର ସମସ୍ତ କାଗଜପତ୍ର ପ୍ରମାଣ ସ୍ବରୂପ ଥାନାରେ ଦାଖଲ କରି ବାଇକ୍ ଫେରାଇ ନେଇଥିଲେ। ତେବେ ଚୋରର ଏହି ବଦାନ୍ୟତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର