ରାୟଗଡ଼ା ଆକାଶରେ ଶହ ଶହ ବାଦୁଡି, ବନ ବିଭାଗ କହିଲା ଶଦ୍ଦ ପ୍ରଦୂଷଣର ପ୍ରଭାବ

ରାୟଗଡ଼ା: ରାୟଗଡ଼ା  ସହରର ଆକାଶରେ ଆଜି ହଜାର ହଜାର ସଂଖ୍ୟାରେ ବାଦୁଡି ଦେଖିବାକୁ ମିଳିଛି । ସକାଳେ ସହରର ଗାନ୍ଧୀନଗର, ବ୍ୟାଙ୍କ କଲୋନୀ, ନ୍ୟୁ କଲୋନୀ, କାଳୀପୂଜା ଛକ ପ୍ରଭୃତି ସ୍ଥାନରେ ବହୁ ସଂଖ୍ୟାରେ ବାଦୁଡି ଉଡୁଥିବାର ଦୃଶ୍ୟ ଲୋକେ ଦେଖିଥିଲେ । ଏସବୁ ସ୍ଥାନରେ ବାଦୁଡି ରହୁଥିଲେ ମଧ୍ୟ ଏତେ ସଂଖ୍ୟାରେ ଉଡିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଦୃଶ୍ୟ ଏପରି ଥିଲା ଯେ ବାଦୁଡି ମାନେ ସତେ ଯେପରି ସାରା ଆକାଶକୁ ଛାଇ ଯାଇଥିଲେ । ସହର ଭିତରେ ଏଭଳି ଅଭୁତ ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଆକାଶକୁ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା ।
ଆଜି ପର୍ଯ୍ୟନ୍ତ ଏଭଳି ଅଭୁତ ପୂର୍ବ ଦୃଶ୍ୟ କେବେହେଲେ ଦେଖିନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।  ସହରର ବିଭିନ୍ନ ସ୍ଥାନରେ ରହିଛି ବଡ ବଡ ପୁରୁଣା ଗଛ । ଏଠାରେ ଶହଶହ ବର୍ଷ ହେଲାଣି ବାଦୁଡି ମାନେ ବସବାସ କରି ଆସୁଛନ୍ତି । ସହରର ପ୍ରାକୃତିକ ପରିବେଶ ସାଙ୍ଗକୁ ଖାଦ୍ୟ ଓ ବାଦୁଡିଙ୍କ ଲାଗି ଅନୁକୂଳ ରହିଥିବାରୁ ଏତେ ସଂଖ୍ୟାରେ ବାଦୁଡି ଦେଖାଯାଉଥିବା କହିଛନ୍ତି ପରିବେଶବିତ୍‍।   ତେବେ ବିଭିନ୍ନ ସମୟରେ ଶଦ୍ଦ ପ୍ରଦୂଷଣ ଯୋଗୁଁ ବାଦୁଡିମାନେ ଏଭଳି ଅସ୍ୱାଭାବିକ ଭାବେ ଉଡୁଥାଇ ପାରନ୍ତି ବୋଲି କହିଛନ୍ତି ରାୟଗଡ଼ା ରେଞ୍ଜର ଅଶୋକ କୁମାର ପ୍ରଧାନ।
ସମ୍ବନ୍ଧିତ ଖବର