ପାଣିରେ ଭାସିଗଲେ ୩ ଜଣ, ୫ ଟ୍ରେନ୍‌ ବାତିଲ

ରାୟଗଡ଼ା : କିଛି ଦିନର ବ୍ୟବଧାନ ପରେ ପୁଣି ରାୟଗଡା ଜିଲ୍ଲାକୁ ବୁଡ଼ାଇ ଦେଲା ଲଗାଣ ବର୍ଷା। ଶତାଧିକ ଘର ନଷ୍ଟ ହୋଇଥିବା ବେଳେ ନଦୀରେ ଭାସି ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ରୁପସା ରୋଡ଼ ନିକଟରେ ଟ୍ରାକ ଧୋଇଯିବାରୁ ୫ଟି ଟ୍ରେନ୍‌କୁ ବାତିଲ କରାଯାଇଛି। କଳାହାଣି-ମୁନିଗୁଡ଼ା ମଧ୍ୟରେ ରାଣୀପିଣ୍ଡା ରାସ୍ତ କ୍ଷତିଗ୍ରସ୍ତ ହେବାରୁ ସଡ଼କ ପଥରେ ଯୋଗାଯୋଗ ବନ୍ଦ ରହିଛି। ଅପରପକ୍ଷରେ ବଂଶଧାରା ନଦୀ ଜଳସ୍ତର ଗତକାଲି ଗୁଣପୁର ଠାରେ ସତର୍କ ସଙ୍କେତ ୮୩ ମିଟର ଉପରେ ପ୍ରବାହିତ ହୋଇଥିବା ବେଳେ ଆଜି ଉପରମୁଣ୍ଡରେ ବର୍ଷା ନଥିବାରୁ ଜଳସ୍ତର କମିିଛି। ଗତ ମାସକ ମଧ୍ୟରେ ୩ଥର ବନ୍ୟା ଭଳି ପରିସ୍ଥିତି ଜିଲ୍ଲାରେ ସୃଷ୍ଟି ହୋଇ ସାରିଲାଣି। ଯାହାଫଳରେ ମୁନିଗୁଡ଼ା, ବିଷମକଟକ ଓ ରାୟଗଡ଼ା ବ୍ଲକରେ ବ୍ୟାପକ କ୍ଷତି ହୋଇଥିବା ଜିଲ୍ଲା ଜରୁରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର