ପୁଲିସ ଓ ନକ୍ସଲ ଗୁଳିବିନିମୟ; ମହିଳା କ୍ୟାଡର ସମେତ ୩ ମାଓବାଦୀ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ଏଥିରେ ଜଣେ ମହିଳା କ୍ୟାଡର ମାଓବାଦୀ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏବେ ମଧ୍ୟ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଚାଲଥିବା ଖବର ମିଳୁଛି। ଘଟଣାସ୍ଥଳରୁ ବହୁ ସଂଖ୍ୟାରେ ମାଓ ସାମଗ୍ରୀ ଜବତ କରାଯାଇଛି।

ସୂଚନା ଅନୁସାରେ ବିଜାପୁର ଜିଲ୍ଲାର ମିରତୁର ଥାନା ଅଂଚଳରେ ପମେଡା ଜଂଗଲରେ ଡିଭିସିଏମ ମୋହନ କଡତି, ଡିଭିସି ସୁମିତ୍ରା ଏବଂ ମାରୱାଡା ଏଲଓସି ରମେଶ ସମେତ ଅନ୍ୟ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ଯବାନଙ୍କୁ ସୂଚନା ମିଳିଥିଲା। ତୁରନ୍ତ ଗତକାଲି ରାତିରେ ସିଆରପିଏଫ, ଡିଆରଜି ଏବଂ ଏସଟିଏଫ ଯବାନ ଜଂଗଲରେ ପଶି ସର୍ଚ୍ଚ ଅପରେସନ କରିଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ପାଲଟା ଜବାବ ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଗୁଳିବିନିମୟ ଜାରିଥିବା ଜଣାପଡିଛି।

 

ସମ୍ବନ୍ଧିତ ଖବର