ବାରିପଦାରୁ କଟକ ପଠାଇଥାନ୍ତେ ବ୍ରାଉନ୍‌ସୁଗାର, ପୁଲିସ ହାତରେ ଧରାପଡ଼ିଗଲେ ୩ ବେପାରୀ

ବେତନଟୀ/ବୈଶିଙ୍ଗା: ଧରାପଡିଲେ ବ୍ରାଉନସୁଗାର ବେପାରୀ ଓ ଜବତ ହେଳା ଧଳା ଜହର। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମର ବ୍ରାଉନ ଗାର ଜବତ ହୋଇଛି। ଏନେଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ଶ୍ରୀ ମିଶ୍ର କହଛନ୍ତି, ଦୁର୍ଗାଷ୍ଟମୀରେ ବୈଶିଙ୍ଗା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ତଥା ଅନ୍ତଃଜିଲା ଅପରାଧୀଙ୍କ ପ୍ରବେଶକୁ ରୋକିବା ନିମିତ୍ତ ଏସଆଇ ଅନିତା ସ୍ୱାଇଁଙ୍କ ଅଧୀନରେ ଏକ ପୁଲିସ ଟିମ ୧୮ନଂ ଜାତୀୟ ରାଜପଥ ବାଲେଶ୍ୱର-ମୟୁରଭଞ୍ଜ ସୀମା କଳମା ଛକରେ ଗତକାଲି ନାକା ଲଗେଇ ଗାଡିମୋଟର ଚେକିଂ କରୁଥିବା ବେଳେ ତିନି ଜଣ ଦୁର୍ବୁତ୍ତ ଗୋବିନ୍ଦରାୟପୁର ପଟରୁ ବାହାରି ଏକ ବାଇକ ଯୋଗେ ବାରିପଦା ପଟକୁ ଯାଉଥିବାବେଳେ ହଠାତ ପୁଲିସକୁ ଦେଖି ଗାଡି ବୁଲେଇ ଦ୍ରୁତ ଗତିରେ ପଛକୁ ଫେରି ବାଲେଶ୍ୱର ପଟକୁ ପଳେଇ ଯିବାକୁ ଚେଷ୍ଟା କରିଥିଲେ। ପୁଲିସର ସନ୍ଦେହ ଘନୀଭୂତ ହେବାରୁ ସେମାନେ ଉକ୍ତ ବାଇକର ପିଛା କରି ତିନି ଯୁବକଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଧମକ ଚମକ ଦେଇ ପଚାରିବାରୁ ସେମାନେ ବ୍ରାଉନସୁଗାର ବେପାର କରନ୍ତି ବୋଲି ଜଣା ପଡିଥିଲା ଓ ଘଟଣାସ୍ଥଳରୁ ତାଙ୍କ ନିକଟରୁ ସିଗାରେଟ ଖୋଳରେ ପ୍ୟାକିଂ ହୋଇଥିଵା ୧୦.୭୦୦ ଗ୍ରାମର ବ୍ରାଉନ ସୁଗାର ମିଳିଥିଲା।

ଅଭିଯୁକ୍ତମାନଙ୍କ କହିବା ଅନୁଯାଇ ସେମାନେ ଉକ୍ତ ପ୍ୟାକେଟକୁ ବାରିପଦା ବସଷ୍ଟାଣ୍ଡରୁ ବସ ଯୋଗେ କଟକ ପଠାଇ ଥାନ୍ତେ। ହେଲେ ବୈଶିଙ୍ଗା ଥାନା ଗୋବିନ୍ଦରାୟପୁର ଗ୍ରାମର ସେକ ଉସମାନ ଗାନିର ପୁଅ ସେକ ଅବଦୁଲ(୨୮), ତାଳପଦା ଗ୍ରାମର ମଲ୍ଲିକ ମୁଜାଫରର ପୁଅ ମଲ୍ଲିକ ଜାଫର(୨୨) ଓ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳର ସେକ ଅର୍ସଦର ପୁଅ ସେକ ନିଆଜ(୨୫)। ସେମାନଙ୍କ ନିକଟରୁ ବ୍ରାଉନସୁଗାର ସମେତ ଗୋଟେ ବାଇକ ଓ ତିନୋଟି ମୋବାଇଲ ମଧ୍ୟ ଜବତ କରିଥିଲା ପୁଲିସ। ସେମାନେ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ଏହି ଧଳା ଜହର କାରବାର କରି ଆସୁଥିଲେ ଵି ତାଙ୍କର ମୁଖ୍ୟ ସହଯୋଗୀ ତଥା ବ୍ରାଉନ ସୁଗାର ବେପାରର କିଙ୍ଗପିନ ବାଲେଶ୍ୱର ଅରାଡ଼ ବଜାର ଅଞ୍ଚଳର ବୋଲି ସେମାନେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର