ପାଣିପାଗ: ସାଢ଼େ ୫ଟା ସୁଦ୍ଧା ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ସତର୍କ ସୂଚନା, କାଳବୈଖାଖୀ ପ୍ରଭାବରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାକୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଗଜପତି ଓ ମାଲକାନଗିରି ଜିଲ୍ଲାରେ ଆଜି ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ତେଣୁ ଏହି ସମୟରେ ସଂପୃକ୍ତ ଜିଲ୍ଲାର ଲୋକେ ଘରୁ ବାହାରକୁ ନ ବାହାରନ୍ତୁ ବୋଲି ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର