ନାଗରିକତା (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ଯୋଗୁଁ ଟ୍ରେନ୍ ଚଳାଚଳ ବାତିଲ
ଭୁବନେଶ୍ୱର: ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ହାଓଡ଼ା-ଖଡ଼ଗପୁର ରେଳବାଇ ସେକ୍ସନ୍ର ବିଭିନ୍ନ ରେଳବାଇ ଷ୍ଟେସନ୍ରେ ବିକ୍ଷୋଭ ଚାଲିଥିବା କାରଣରୁ କେତେଗୁଡ଼ିଏ ଟ୍ରେନ୍ ବାତିଲ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିଆଲଦାରୁ ୧୬. ୧୨ ୨୦୧୯ରେ ଆସିବାକୁ ଥିବା ୨୨୨୦୧ ସିଆଲଦା-ପୁରୀ ଏକ୍ସ୍ପ୍ରେସ୍ ବାତିଲ ହୋଇଛି।
ଲିଙ୍କ୍ ଟ୍ରେନ୍ ବାତିଲ ହୋଇଥିବା କାରଣରୁ ୧୫. ୧୨. ୧୯ ତାରିଖରେ ପୁରୀରୁ ଛାଡୁଥିବା ୨୨୮୫୯ ପୁରୀ-ଚେନ୍ନାଇ ଏକ୍ସ୍ପ୍ରେସ୍ ବାତିଲ ହୋଇଛି। କନେକ୍ଟିଙ୍ଗ୍ ଟ୍ରେନ୍ ବାତିଲ ହୋଇଥିବାରୁ ୧୫. ୧୨. ୧୯ ତାରିଖରେ ପୁରୀରୁ ଛାଡୁଥିବା ୫୮୦୦୨ ପୁରୀ-ସାନ୍ତ୍ରାଗାଛି ପାସେଞ୍ଜର୍କୁ ବାତିଲ କରାଯାଇଛି। କନେକ୍ଟିଙ୍ଗ୍ ଟ୍ରେନ୍ ବାତିଲ ହୋଇଥିବାରୁ ୧୫. ୧୨. ୧୯ ତାରିଖରେ ୫୮୪୦୪ ପୁରୀ-ଖୋର୍ଦ୍ଧା ପାସେଞ୍ଜର୍ ମଧ୍ୟ ବାତିଲ ହୋଇଛି। ଚେନ୍ନାଇରୁ ୧୬. ୧୨. ୧୯ରେ ଛାଡ଼ିବାକୁ ଥିବା ୨୨୮୬୦ ଚେନ୍ନାଇ-ପୁରୀ ଏକ୍ସ୍ପ୍ରେସ୍କୁ ମଧ୍ୟ ବାତିଲ କରାଯାଇଛି।