ପୁରୀ: ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍‌

ଭୁବନେଶ୍ୱର: ଆଜି ସକାଳେ ପୁଣି ଏକ ଇଞ୍ଜିନ୍‌ବଗିକୁ ଛାଡ଼ି ପଳାଇ ଯାଇଥିଲା। ପୁରୀ ଷ୍ଟେସନରେ ପୁରୀ- କଟକ ପାସେଞ୍ଜର ଟ୍ରେନ୍‌ଟି ୩ଟି ବଗିକୁ ଛାଡ଼ି ୫ କିଲୋମିଟର ପଳାଇ ଯାଇଥିଲା। ତେବେ ୫ କିଲୋମିଟର ଯିବା ପରେ ଏ ନେଇ ରେଳବାଇ କର୍ତ୍ତୃପକ୍ଷ ସତର୍କ ହୋଇ ଉଠିବା ପରେ ପୁଣି ଷ୍ଟେସନକୁ ଫେରିଥିଲା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍‌ଟି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ବେଳ ପୁରୀ- କଟକ ପାସେଞ୍ଜର ଟ୍ରେନ୍‌ଟି ପୁରୀ ଷ୍ଟେସନ ଛାଡ଼ିବା କଥା। ନିର୍ଦ୍ଧାରିତ ସମୟରେ ଟ୍ରେନ୍‌୍‍ ପୁରୀ ଷ୍ଟେସନ ଛାଡ଼ିଥିଲା ମଧ୍ୟ। ମାତ୍ର ଟେନ୍‌ ଯିବା ପରେ ଜଣାପଡ଼ିଥିଲା ଯେ ଏହି ଟ୍ରେନ୍‌ର ୩ଟି ବଗି କୁ ଛାଡି ପଳାଇଛି। ସଙ୍ଗେସଙ୍ଗେ ଏ ନେଇ ପୁରୀ ଷ୍ଟେସନ କର୍ତ୍ତୃପକ୍ଷ ପରବର୍ତ୍ତୀ ଷ୍ଟେସନକୁ ଅବଗତ କରିଥିଲେ। ପରେ ସେଠାରୁ ଇଞ୍ଜିନ ଫେରି ଆସି ଏହି ୩ଟି ବଗିକୁ ନେଇ ପୁଣି ପୁରୀ- କଟକ ପାସେଞ୍ଜର ଟ୍ରେନ୍‌ ସହିତ ସଂଯୋଗ କରିଥିଲେ। ଫଳରେ ଟ୍ରେନ୍‌ଟି ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ତାର ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର