ଜୁନ୍‌ ପହିଲାରୁ ଦେଶର ବିଭିନ୍ନ ସ୍ଥାନକୁ ଗଡ଼ିବ ୨୦୦ ଟ୍ରେନ୍‌

ଭୁବନେଶ୍ବର : ଜୁନ୍‌ ପହିଲାଠାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବ। ଏହି ଟ୍ରେନ୍‌ଗୁଡ଼ିକରେ ଯାତ୍ରା କରିବା ପାଇଁ କେବଳ ଅନ୍‌ଲାଇନ୍‌ରେ ବୁକିଂ ହେବ। କୌଣସି ବି ଷ୍ଟେସନରେ ଟି‌କେଟ୍‌ ବିକ୍ରି କରାଯିବ ନାହିଁ। ତେଣୁ ଯାତ୍ରୀମାନେ ଟିକେଟ୍‌ କିଣିବା ପାଇଁ ଷ୍ଟେସନ ଆସିବାର ଆବଶ୍ୟକତା ନାହିଁ। ଟ୍ରେନ୍‌ଗୁଡ଼ିକ ନନ୍‌-ଏସି ହୋଇଥିବା ବେଳେ ଚଳାଚଳର ରାସ୍ତା ଓ ସମୟ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଦେଶର ବିଭିନ୍ନ ସ୍ଥାନରେ ଫଶି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସେମାନଙ୍କ ଗୃହ ରାଜ୍ୟକୁ ଫେରାଇ ଆଣିବା ଲାଗି ଆଜି ସୁଦ୍ଧା ୧୬୦୦ରୁ ଅଧିକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିଛି। ବର୍ତମାନ ସୁଦ୍ଧା ୨୧ ଲକ୍ଷରୁ ଅଧିକ ଯାତ୍ରୀ ଏହି ଟ୍ରେନ୍‌ ମାଧ୍ୟମରେ ସେମାନଙ୍କ ରାଜ୍ୟରେ ପହଞ୍ଚିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ଏହି ଟ୍ରେନ୍‌ ସେବାକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ରାତିଠାରୁ ପ୍ରାୟ ୨୦୦ ଅଧିକ ଟ୍ରେନ୍‌ ଦେଶର ବିଭିନ୍ନ ରାଜ୍ୟକୁ ଚାଲିବ। ଏହାଦ୍ବାରା ପ୍ରବାସୀମାନେ ଉପକୃତ ହୋଇପାରିବେ। ତେଣୁ ଆତଙ୍କିତ ନ ହେବାକୁ ଭାରତୀୟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର