ପୂର୍ବତଟ ରେଳପଥ ଅଧୀନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ୪ ଯୋଡ଼ା ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ସେଥିପାଇଁ କେତେକ ପାସେଞ୍ଜର ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ କେତେକ ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ତିନି ଯୋଡ଼ା ପାସେଞ୍ଜର ଟ୍ରେନ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଓ ଗୋଟିଏ ଯୋଡ଼ା ୪ ଦିନ ପାଇଁ ବାତିଲ୍‌ ରହିବ।

ବାତିଲ ହେବାକୁଥିବା ଟ୍ରେନଗୁଡ଼ିକ ହେଉଛି ସମ୍ବଲପୁର-ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର(୫୮୩୦୩/୫୮୩୦୪) ସମ୍ବଲପୁରଠାରୁ ଫେବ୍ରୁଆରି ୨୭ ତାରିଖଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଜୁନାଗଡ଼ ରୋଡ଼ଠାରୁ ଫେବ୍ରୁଆରି ୨୮ ତାରିଖଠାରୁ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ। କଟକ-ପାରାଦୀପ-କଟକ ପାସେଞ୍ଜର(୫୮୪୦୫/୫୮୪୦୬) ଉଭୟ ପାର୍ଶ୍ୱରୁ ଫେବ୍ରୁଆରି ୨୭ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ ରହିବ। ଭଦ୍ରକ-କଟକ-ଭଦ୍ରକ ମେମୁ(୬୮୪୩୭/୬୮୪୩୮) ଉଭୟ ପାର୍ଶ୍ୱରୁ ଫେବ୍ରୁଆରି ୨୭ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର(୫୮୫୨୯/୫୮୫୩୦) ଉଭୟ ପାର୍ଶ୍ୱରୁ ଆସନ୍ତା ୨୮ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ଆଂଶିକ ବାତିଲ ହେବାକୁଥିବା ଟ୍ରେନଗୁଡ଼ିକ ହେଉଛି ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ(୧୮୩୦୧/୧୮୩୦୨) ଉଭୟ ସମ୍ବଲପୁର ଓ ରାୟଗଡାଠାରୁ ଫେବ୍ରୁଆରି ୨୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ। ରାଇପୁର-ଜୁନାଗଡ଼ ରୋଡ଼-ରାଇପୁର ପାସେଞ୍ଜର(୫୮୨୦୭/୫୮୨୦୮) ରାଇପୁରଠାରୁ ଫେବ୍ରୁଆରି ୨୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓ ଜୁନାଗଡ଼ ରୋଡ଼ରୁ ମାର୍ଚ୍ଚ ପହିଲାଠାରୁ ୩ ତାରିଖ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଟିଟିଲାଗଡ଼ ଓ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ।

ସମ୍ବନ୍ଧିତ ଖବର