ଆଜି ସୁନାମି ମୁକାବିଲା କୌଶଳ ପ୍ରଦର୍ଶନ

୧୧ ଦେଶରୁ ଆସିବେ ପ୍ରତିନିଧି

ପୁରୀ :ରାଜ୍ୟରେ ଥିବା ୬ଟି ସୁନାମିପ୍ରବଣ ଜିଲ୍ଲା ମଧ୍ୟରୁ ପୁରୀ ସର୍ବାଗ୍ରେ ରହିଛି। ବନ୍ୟା, ବାତ୍ୟା ଠାରୁ ସୁନାମି ଭୟଙ୍କର ହୋଇଥିବାରୁ ପ୍ରଶାସନ ପ୍ରସ୍ତୁତ ଅଛି କି ନାହିଁ ତାହା ଜାଣିବା ପାଇଁ ଆସନ୍ତାକାଲି ‘ମକ୍‌ ଏକ୍ସରସାଇଜ୍‌’ ହେବାକୁ ଯାଉଛି। ଏଥିରେ ୧୧ଟି ଦେଶର ପ୍ରତିନିଧି ଯୋଗଦେବାକୁ ଯାଉଛନ୍ତି। ଏମାନେ ସମସ୍ତେ ସୁନାମୀକୁ ଅତି ପାଖରେ ଦେଖିଛନ୍ତି। ଏଣୁ ଏହାର ଭୟାବହତା ସମ୍ବନ୍ଧରେ ସେମାନେ ବୁଝାଇବା ସହ ଏହି ପ୍ରସ୍ତୁତିକୁ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।

ଜିଲ୍ଲାରେ ପୁରୀ ପୌରସଂସ୍ଥା ସହ ଅସ୍ତରଙ୍‌ଗ, କାକଟପୁର, ଗୋପ, ସଦର, ବ୍ରହ୍ମଗରି ଓ କୃଷ୍ଣପ୍ରସାଦର ୮୮ଟି ଗାଁ ସୁନାମୀ ପ୍ରବଣ ରହିଛି। ମାତ୍ର ଦୁଇଘଣ୍ଟା ପୂର୍ବରୁ ସତର୍କ ସୂଚନା ଆସୁଥିବାରୁ ଦୁଇଘଣ୍ଟା ଭିତରେ କିଭଳି ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ନେବେ ବା ସମୁଦ୍ର ଠାରୁ ଅତି କମ୍‌ରେ ଦେଢ଼କିଲୋମିଟର ଦୂରକୁ ନେବେ ସେଥିପାଇଁ ଗୁରୁତ୍ଵ ଦିଆଯାଉଛି। ଚନ୍ଦ୍ରଭାଗା ଠାରେ ଏହି ‘ମକ୍‌ ଏକ୍ସରସାଇଜ୍‌’ ହେବାପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର