ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ: ଟ୍ୟୁସନ୍‌ ଶିକ୍ଷକ ଓ ସହଯୋଗୀ କୋର୍ଟ ଚାଲାଣ

ବାରିପଦା: ବାରିପଦାରେ ଜଣେ ଟ୍ୟୁସନ୍ ଶିକ୍ଷକଙ୍କ କଳାକାରନାମା ପଦାକୁ ଆସିଛି। ଶୁଭାଶିଷ ସାମଲ ଟ୍ୟୁସନ୍‌ ପଢ଼ାଉଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହ ଅଶ୍ଳୀଳ ଫଟୋ ଉତ୍ତୋଳନ କରିଥିଲେ। ଘଟଣା ବାବଦରେ କାହାକୁ କିଛି କହିଲେ ସେ ଉକ୍ତ ଫଟୋ ଭାଇରାଲ୍‌ କରି ଦେବେ ବୋଲି ଧମକ ଦେଇ ଛାତ୍ରୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ। ତେବେ ଶାରୀରିକ ନିର୍ଯାତନା ଅସହ୍ୟ ହେବାରୁ ନାବାଳିକା ଛାତ୍ରୀ ଜଣକ ସବୁକଥା ପରିବାର ଲୋକଙ୍କୁ କହିଥିଲେ। ଫଳରେ ଗତ ୧୭ ତାରିଖ ଦିନ ନାବାଳିକା ଛାତ୍ରୀଙ୍କ ପରିବାର ଲୋକ ବାରିପଦା ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଟ୍ୟୁସନ୍‌ ଶିକ୍ଷକ ଶୁଭାଶିଷ ସାମଲ ଓ ଅନ୍ୟଜଣେ ସହଯୋଗୀଙ୍କୁ ଧରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର