ଏସିଆ ବୁକ୍ ଅଫ୍‌ ରେକର୍ଡସ୍‌ରେ ଅଢ଼େଇ ବର୍ଷର ଆୟୁଷ

ନୀଳଗିରି: ବାଲେଶ୍ବର ଜିଲ୍ଲା ରସାଲପୁର ପଞ୍ଚାୟତ ଚଣ୍ତୀପୁର ଗ୍ରାମର ହରିଶଚନ୍ଦ୍ର ଜେନା ଏବଂ ସସ୍ମିତା ଜେନାଙ୍କ ଅଢ଼େଇବର୍ଷର ପୁଅ ଆୟୁଷ ଏସିଆ ବୁକ୍ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ଆୟୁଷ ଇଣ୍ତିଆ ବୁକ୍ ଅଫ୍ ରେକର୍ଡସ୍‌ରେ ମଧ୍ୟ ସ୍ଥାନ ପାଇଥିଲେ। ଆୟୁଷଙ୍କ ମାମୁଘର ନୀଳଗିରି ବେଗୁନିଆ ତୋଟାପଡ଼ା ଗ୍ରାମରେ ହୋଇଥିବା ବେଳେ ମାଆ ଜଣେ ଗୃହିଣୀ ଏବଂ ବାପା ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି। ଆୟୁଷ ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରିଛନ୍ତି।

ଜାତୀୟ ସଂଗୀତ ଗାନ ଏବଂ ୧୮ଟି ପୌରାଣିକ ବହି ତଥା ୧୬ଟି ପ୍ରାଣୀଙ୍କ ନାମ, ‘ଏ’ ରୁ ‘ଜେଡ୍’ ପର୍ଯ୍ୟନ୍ତ ସମସ୍ତ ଅକ୍ଷରରେ ଗୋଟିଏ ଗୋଟିଏ ଶବ୍ଦ କହିବା ସହ ୨୧ ସେକେଣ୍ତରେ ୨୮ଟି ରାଜ୍ୟର ରାଜଧାନୀ ନାମ କହି ଏହି ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର