ଚାପିଦେଲା କୋଇଲା ବୋଝେଇ ଟ୍ରକ୍: ଦୁଇ ବାଇକ୍ ଆରୋହୀଙ୍କ ପ୍ରାଣହାନି

ଢେଙ୍କାନାଳ: ଚାପିଦେଲା କୋଇଲା ବୋଝେଇ ଟ୍ରକ୍। ଦୁଇ ବାଇକ ଆରୋହୀ ମୃତ। ଢେଙ୍କାନାଳ ସଦରଥାନା ପଞ୍ଚାବନ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ୧୨ ଚକିଆ ଟ୍ରକଟି କଟକ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦୀଗରୁ ଆସୁଥିବା ବାଇକକୁ ସାମ୍ନାପଟୁ ଧକ୍କା ଦେଇଥିଲା ଟ୍ରକ। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ ହୋଇଛି। ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର