ହୀରାକୁଦର ୨ ଗେଟ୍‌ ଖୋଲା

ସମ୍ବଲପୁର : ଶନିବାର ସକାଳୁ ହୀରାକୁଦ ବନ୍ଧର ୫ଟି ଗେଟ୍‌ ଖୋଲା ଥିବା ବେଳେ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇବା ପରେ ସକାଳ ୯ଟାରେ ୨ଟି ଗେଟ୍‌ ବନ୍ଦ କରାଯାଇଥିଲା। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଆଉ ଏକ ଗେଟ୍‌ ବନ୍ଦ କରାଯାଇଛି। ରାତି ୯ଟା ବେଳକୁ ୨ଟି ଗେଟ୍‌ ଯୋଗେ ଜଳ ନିଷ୍କାସନ କରାଯାଉଛି। ଶନିବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୯୧ ଫୁଟ୍‌ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୫୩,୮୧୪ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୫୩,୮୧୪ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ୨ଟି ସ୍ଲୁଇସ୍‌ ଗେଟ୍ ଦେଇ ୩୧ ହଜାର ୭୮୬ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ା ହେଉଥିଲା। ସେହିପରି ପାୱାର ଚାନେଲ ଦେଇ ୧୯,୨୩୯ କ୍ୟୁସେକ୍‌, ବିଭିନ୍ନ ‌କେନାଲରେ ୨୬୧୯ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୫,୨୦୦ କ୍ୟୁସେକ୍, ପଥର୍ଲାଠାରେ ୪୪,୪୮୦ କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୮୨ ହଜାର କ୍ୟୁସେକ୍‌, ବରମୂଳଠାରେ ୧,୫୧,୫୦୦ କ୍ୟୁସେକ୍, ମୁଣ୍ଡଳିଠାରେ ୧,୮୪,୨୩୮ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର