ଜାପାନରେ କାର୍ଯ୍ୟରତ ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଅର୍ଥାଭାବରୁ ଜାପାନରୁ ଆସିପାରୁନି ଶବ

ଭୋଗରାଇ/କମର୍ଦ୍ଦା : ଜାପାନରେ କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ଯୁବକ ହେଲେ ବାଲେଶ୍ବର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ କସବା କମର୍ଦା ଅଞ୍ଚଳର ଶେଖ୍ ନବାବଙ୍କ ପୁଅ ଶେଖ୍‌ ମନ୍‌ତାଜ୍‌(୪୬) ଓ ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ପଠାଣମହଲା ବସ୍ତିର ଶେଖ୍‌ ବୋହେରୁଦ୍ଦିନ। ତେବେ ଅର୍ଥାଭାବ ଯୋଗୁଁ ପରିବାର ଲୋକେ ସେଠାରୁ ଶବ ଆଣିବା ପାଇଁ ସକ୍ଷମ ହୋଇ ନ ପରିବାରୁ ସରକାରୀ ସହାୟତା ଲୋଡ଼ିଛନ୍ତି।

ସୂଚନା ଅନୁଯାଇ ଜାପାନର ରାଜଧାନୀ ଟୋକିଓ ସହରରେ ‘ତାନଶେନ୍‌ ଭିଉ’ ନାମକ ଏକ ହୋଟେଲରେ ଦୁଇଯୁବକ ରୋଷେୟା ଭାବେ ବହୁଦିନ ଧରି କାମ କରୁଥିଲେ। ଗତ ଜାନୁଆରି ୨୯  ରାତିଖରୁ ମନ୍‌ତାଜ୍‌ଙ୍କ ସହ ପରିବାର ଲୋକେ ଫୋନ୍‌ ଯୋଗେ ଯୋଗାଯୋଗ କରିପାରିନଥିଲେ। ଜାନୁଆରୀ ୩୦ ତାରିଖରେ ମନ୍‌ତାଜ୍‌ ଓ ବୋହେରୁଦ୍ଦିନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଖବର ପାଇଥିଲେ। ଅନ୍ୟପକ୍ଷରେ ମୃତ୍ୟୁ ଖବର ଶୁଣିବା ପରେ ଦୁଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ଜାପାନରୁ ମୃତ ଶରୀର ଆଣିବା ପାଇଁ ୧୦ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ  ଅର୍ଥାଭାବରୁ ମୃତ ଶରୀରକୁ ପରିବାର ଲୋକେ ଆଣିବା ପାଇଁ ଅସମର୍ଥ ହେଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର