ଲଣ୍ତାକୋଟ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଚଢ଼ଉ; ୨ ବ୍ୟବସାୟୀ, ତିନି ଶିକାରୀ ଗିରଫ

ନାକ୍‌ଟିଦେଉଳ : ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ବ୍ଲକ୍‌ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ବଡ଼ବାହାଳ ଗ୍ରାମ ଅନ୍ତର୍ଗତ ଲଣ୍ତାକୋଟ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୩ ଶିକାରୀ ଓ ୨ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୫ କେଜି କୁଟୁରା ମାଂସ, ଶୁଆ ୧୪ଟି, ବନ୍ଧୁକ ଗୋଟିଏ, ୩ଟି ଗୁଳି, ୨ଟି ଧନୁ ତୀର, ୧ଟି ଫାଶ, ମୁଣ୍ତ ସହ ସମ୍ବର ଶିଙ୍ଗ ଓ ବାଇକ୍‌ ଜବତ କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁଶାନ୍ତ ବନ୍ଧଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ସଦଳବଳେ ଚଢ଼ଉ କରି ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ୨ ବେପାରୀ ପାରଧିଆମୁଣ୍ତା ଗ୍ରାମର ଇନ୍ଦ୍ର ବେହେରା (୨୯), ସନ୍ତୋଷ ବେହେରା (୩୦)ଙ୍କ ସହ ଶିକାରୀ ବଡ଼ବାହାଳ ଗ୍ରାମର କାର୍ତ୍ତିକ ଶବର (୫୮), ଧର୍ମୁ ଶବର (୫୩) ଓ ରମାକାନ୍ତ ଶବର (୨୫)ଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଏବଂ ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଯାଇଥିବା ବନ ବିଭାଗ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର