ଆଜି ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ରାଧାମୋହନ ସିଂହ

ଭୁବନେଶ୍ବର : କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ସକାଳ ୯ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ସିଧା କଟକ ଯିବେ। କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ କ୍ବାଲିଟି ଲାବରୋଟାରି ଉଦ୍‌ଘାଟନ କରିବେ। ଆସନ୍ତାକାଲି ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସେହିପରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ମନସୁଖ୍ ଏଲ୍‌ ମାଣ୍ଡଭିଆ ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିଦିନ ସେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍ ମନାତ୍ରି ଆଇବି ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ଏହା ପରେ କଟକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କର‌ିବେ। ସେହିଦିନ ରାତିରେ ସେ ନୂଆଦିଲ୍ଲୀ ଫେରିଯିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର