୧୬ ଉର୍ଦ୍ଦୁ ଶିକ୍ଷକ ପଦବିକୁ ମଞ୍ଜୁରି : ମାସିକ ୭୪୦୦ ଟଙ୍କା ଲେଖାଏଁ ପାଇବେ
ଭୁବନେଶ୍ୱର : ରାଜ୍ୟରେ ଥିବା ୧୬ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲ(ନୂତନ ଭାବେ ସହାୟତାପ୍ରାପ୍ତ)ରେ କାର୍ଯ୍ୟରତ ୧୬ଜଣ ଉର୍ଦ୍ଦୁ ଶିକ୍ଷକଙ୍କୁ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ପ୍ରତ୍ୟେକ ଉର୍ଦୁ ଶିକ୍ଷକ ମାସିକ ୭୪୦୦ ଟଙ୍କା ଲେଖାଏଁ ଦରମା ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦେଇଥିବା ପ୍ରସ୍ତାବକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ ଦେଇଛନ୍ତିି। ଉର୍ଦ୍ଦୁ ଭାଷା ଶିକ୍ଷା କରୁଥିବା ଛାତ୍ରବହୁଳ ହାଇସ୍କୁଲଗୁଡ଼ିକରେ ଉର୍ଦୁ ଶିକ୍ଷକଙ୍କ ଆବଶ୍ୟକତା ଦୃଷ୍ଟିରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତିି। ସୂଚନାଯୋଗ୍ୟ, କଟକ ଜିଲ୍ଲାରେ ୨ଟି, ଯାଜପୁରରେ ୫ଟି, ବାଲେଶ୍ୱର ଜିଲ୍ଲାରେ ୫ଟି, ଭଦ୍ରକ ଜିଲ୍ଲାରେ ୨ଟି, କେନ୍ଦ୍ରାପଡ଼ା ଓ ଖୋର୍ଧା ଜିଲ୍ଲାର ଗୋଟିଏ ଲେଖାଏଁ ହାଇସ୍କୁଲର ଉର୍ଦୁ ଶିକ୍ଷକଙ୍କୁ ଏଥିରେ ସାମିଲ କରାଯାଇଛି।