ଉତ୍କଳ ଶିକ୍ଷକ ମହାସଂଘର ରାଜଭବନ ସମ୍ମୁଖରେ ଗଣଧାରଣା ୧୬ରେ

ଭୁବନେଶ୍ୱର : ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଅଗଷ୍ଟ ୧୬ରେ ଦାବି ଦିବସ ପାଳନ କରାଯିବ। ରାଜଭବନ ସମ୍ମୁଖରେ ଗଣଧାରଣା ହେବା ସହ ରାଜ୍ୟପାଳଙ୍କୁ ଶିକ୍ଷକମାନଙ୍କ ବିଭିନ୍ନ ଦାବି ଉପରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ଯୋଗ୍ୟ ବିବେଚିତ ଶିକ୍ଷକ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ, ବ୍ଲକଗ୍ରାଣ୍ଟରୁ ଅନୁଦାନକୁ ରୂପାନ୍ତରିତ ହୋଇଥିବା ଶିକ୍ଷକ, ଅଧ୍ୟାପକମାନଙ୍କୁ ଚାକିରି ସର୍ତ୍ତ ପ୍ରଦାନ, ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି, ୧୯୮୯ ଏପ୍ରିଲ ୧ରୁ ୟୁଜିସି ଦରମା ସମ୍ପ୍ରସାରଣ, ବେସରକାରୀ କଲେଜଗୁଡ଼ିକରେ ବରିଷ୍ଠତା ଭିତ୍ତିରେ ଅଧ୍ୟକ୍ଷ ନିଯୁକ୍ତି, ୬୧୦ ହାଇସ୍କୁଲ, ୬୦୯ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜକୁ ସରକାରୀ କରିବା, ବେସରକାରୀ କଲେଜଗୁଡ଼ିକରେ ରାଜ୍ୟ ଦରମାପ୍ରାପ୍ତ ଅଧ୍ୟାପକମାନଙ୍କୁ ୧୮ବର୍ଷ ଚାକିରି ପରେ ପ୍ରାଧ୍ୟାପକ ପଦକୁ ପଦୋନ୍ନତି ଦେବା, ଲାଇବ୍ରେରିଆନ୍‌, ଡେମୋନଷ୍ଟ୍ରେଟର୍‌, ପେନସନ୍‌ଭୋଗୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଚିକିତ୍ସା ଭତ୍ତା ଓ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା କରିବା, ପରିଚାଳନା ସମିତିଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବନ୍ଦ, ଲାଇବ୍ରେରିଆନ୍‌, ଡେମୋନଷ୍ଟ୍ରେଟର୍‌, କ୍ରୀଡ଼ା ଶିକ୍ଷକମାନଙ୍କୁ ୟୁଜିସି ହାରରେ ଦରମା ପ୍ରଦାନ, ୭ ଘଣ୍ଟିଆ ସମୟ ନିର୍ଘଣ୍ଟ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ଇତ୍ୟାଦି ଦାବି ଉପରେ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। ଉକ୍ତ ଗଣଧାରଣାରେ ବହୁ ସଂଖ୍ୟାରେ ଯୋଗଦେଇ ସଫଳ କରିବାକୁ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଅଧ୍ୟାପକ ରବି ରାୟ ଓ ସଭାପତି ଦାଶରଥୀ ନାୟକ ଶିକ୍ଷକ ଓ କର୍ମଚାରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର