ଗାଡ଼ି ଧକ୍କାରେ ଜଣେ ମୃତ  

ବରଗଡ଼:  ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ଠାରେ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଯାଇଛି । ମୃତକ ଜଣକ ଘେଁସ ଗ୍ରାମର ଅଲେଖ ସାହୁ(୬୮) ବୋଲି ଜଣାପଡ଼ିଛି। ସେ ସକାଳୁ ନିକଟସ୍ଥ ସାନଯୋର ନାଳାକୁ ଶୌଚ ପାଇଁ ଯାଇଥିବାବେଳେ ସୋହେଲା-ପଦ୍ମପୁର ବିଜୁଏକ୍ସପ୍ରେସ ୱେ ଉପରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍‌ ମାରିଥିଲା। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ  ଅବସ୍ଥାରେ ପଡ଼ିଥିବା ଲୋକେ ଦେଖି  ମେଲଛାମୁଣ୍ଡା ପୁଲିସ୍‌କୁ ଖବର ଦେଇଥିଲେ।

କିନ୍ତୁ ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା। ଅଲେଖଙ୍କ ସ୍ତ୍ରୀ ଏବଂ ଏକମାତ୍ର ଅବିବାହିତ ଝିଅ ପରିବାର ଏବେ ବେସାହାରା ହୋଇ ପଡ଼ିଛନ୍ତି। ତାଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତୁ।

ସମ୍ବନ୍ଧିତ ଖବର