ପୁଇଁତଳା ପିଇଓ ଓ ବିଡିସିସିି ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଚଢ଼ାଉ କଲା ଭିଜିଲାନ୍ସ

ବଲାଙ୍ଗୀର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲାରେ ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ପୁଇଁତଳା ପଞ୍ଚାୟତ ଇଓ ବିହାରିଲାଲ ବାରିକ୍ ଏବଂ ଟିଟିଲାଗଡ଼ ବିଡିସିସିି ବ୍ୟାଙ୍କ ମ୍ୟାନେଜର ସାଗର ରଣାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ଟିଟିଲାଗଡ ସହରର ହାଇସ୍କୁଲ ପଡାରେ ଥିବା ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିଡିସିସିର ଲାଠର ଶାଖା ପରିଚାଲକ ସାଗର ରଣାଙ୍କ ଘରେ ଭିଜିଲାନସ୍ ବିଭାଗ ଚଢାଉ କରିଛି । ତାଙ୍କ ବିରୋଧରେ ଆୟବର୍ହିଭୂତ ସଂପତ୍ତି ଠୁଳ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏକକାଳୀନ ତାଙ୍କ ଘର, ସଇତାଲା ଥାନା ଘୁନସର ଗାଁରେ ଥିବା ତାଙ୍କ ଶ୍ବଶୁର ଘର, ତାଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇଛି । ବଲାଙ୍ଗୀର, ବରଗଡ, ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନସ୍ ଟିମ ଏହି ଚଢାଉ କରିଛନ୍ତି । ତେବେ ଭିଜିଲାନ୍ସ ବର୍ତ୍ତମାନ ସୁଦ୍ଧା ଟଙ୍କା ଓ ସମ୍ପତ୍ତି  ଆକଳନ କରୁଛି ବୋଲି ଟିମ ନେତୃତ୍ୱ ନେଉଥିବା ବଲାଙ୍ଗୀର ଭିଜିଲାନସ୍ ଡିଏସପି କାଦମ୍ଭରୀ ସାମଲ ସୁଚନା ଦେଇଛନ୍ତି ।

ସେହିଭଳି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ପୁଇଁନ୍ତଲା ପଂଚାୟତର ନିର୍ବାହୀ ଅଧିକାରୀ (ଇଓ) ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ପିଇଓ ଶ୍ରୀ ବାରିକଙ୍କ ବଲାଙ୍ଗୀର ଶାନ୍ତିପଡ଼ା ଘର ଏବଂ ପୁଇଁନ୍ତଲା ଅଫିସରେ ଏକକାଳୀନ ଚଢ଼ଉ ଜାରି ରହିଛି। ଏହି ଚଢ଼ଉରେ ବଲାଙ୍ଗୀର, ସମ୍ୱଲପୁର, ସୁବର୍ଣ୍ଣପୁର ଏବଂ ବରଗଡ଼ ଜିଲ୍ଲାର ଭିଜିଲାନସ ଟିମ ସାମିଲ ହୋଇଛନ୍ତି। ପିଇଓ ବାରିକଙ୍କ ଦୁଇ ମହଲା କୋଠା, ଜମିବାଡ଼ି, ନଗଦ ଟଙ୍କା, ସୁନା ଅଳଙ୍କାରକୁ ନେଇ ଭିଜିଲାନ୍ସର ତନାଘନା ଜାରି ରହିଛି।

ଗତକାଲି ବଲାଙ୍ଗୀର ୱେସ୍କୋ ଅଫିସର ଆକାଉଣ୍ଟାଣ୍ଟ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ୱେସ୍କୋ ଅଫିସ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଥିଲା। ବିଭୂତି ଶଙ୍କର ବିନ୍ଧାଣୀଙ୍କ ବଲାଙ୍ଗୀରସ୍ଥିତ ବାସଭବନ ଓ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ଘରୁ ନଗଦ ୧୭ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଜବତ କରିଥିଲା ଭିଜିଲାନ୍ସ।

Countries worst affected by tax avoidance | Business Standard News
Business Standard

ଏହା ପୂର୍ବରୁ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ସମ୍ୱଲପୁର ଭିଜିଲାନସ ଏସ.ପିଙ୍କ ନିର୍ଦ୍ଦେଶରେ ଆଜି ଭିଜିଲାନ୍ସ ବିଭାଗର ଚାରିଟି ଟିମ୍ ତିନୋଟି ଜାଗାରେ ଚଢ଼ାଉ କରିଥିଲେ। ବଲାଙ୍ଗୀର ସହର ଭିତରେ ଥିବା ବିଡିସିସି ବ୍ୟାଙ୍କ, ପ୍ୟାଲେସଲାଇନ ଏବଂ ରୁଗୁଡିପଡ଼ା ସ୍ଥିତ ଘରେ ବଲାଙ୍ଗୀର, ବରଗଡ଼, ସମ୍ୱଲପୁର ଓ ସୋନପୁର ଭିଜିଲାନସ ବିଭାଗର ଟିମ ଏକକାଳୀନ ଚଢ଼ାଉ କରିଥିଲେ।

ସମ୍ବନ୍ଧିତ ଖବର