ଭୁବନେଶ୍ୱର : ବହୁଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରସନ୍ (ଓଆରଏଚ୍ଡିସି) ଦୁର୍ନୀତି ମାମଲାରେ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ଆଇଏଏସ ବିନୋଦ କୁମାରଙ୍କ ସମେତ ୫ଜଣଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିବା ପରେ ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ଆଜି ସନ୍ଧ୍ୟାରେ ଭୁଜିଲାନ୍ସ ଟିମ୍ ଆଇଏଏସ ବିନୋଦଙ୍କ ନୂଆପଲ୍ଲୀସ୍ଥିତ ସରାକରୀ ଘରେ ଚଢ଼ଉ କରିଛି। କିନ୍ତୁ ବିନୋଦଙ୍କ ନ ପାଇ ଟିମ୍ ଖାଲି ହାତରେ ଫେରି ଆସିଛି। ସେହିପରି ଅନ୍ୟ ଚାରି ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଦୀପ ରାଉତ, ଚିତ୍ତରଞ୍ଜନ ମଲ୍ଲିକ, ଆଶିଷ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନ୍ସ ଖୋଜିବା ଆରମ୍ଭ କରିଛି। ଭିଜିଲାସନ୍ସର ପାଞ୍ଚୋଟି ଟିମ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। କୋର୍ଟ ଜାରି କରିଥିବା ଏନବିଡବ୍ଲ୍ୟୁ ଭିଜିଲାନ୍ସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଆର୍ଏଚଡିସ ଦୁର୍ନୀତି ମାମଲାରେ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ଆଇଏଏସ ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କେବଳ ସଞ୍ଜୟ ମହାନ୍ତି କୋର୍ଟରେ ହାଜର ଥିବାରୁ କୋର୍ଟ ତାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଓ ୭୫ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ପାଞ୍ଚଜଣ ଶୁଣାଣି ବେଳେ କୋର୍ଟରେ ଅନୁପସ୍ଥିତ ରହିବା କାରଣରୁ ସେମାନଙ୍କ ବିରୋଧରେ ମାନ୍ୟବର କୋର୍ଟ ଏନ୍ବିଡବ୍ଲୁ ଜାରି କରିଛନ୍ତି।
ଏଠାରେ ପ୍ରକାଶଥାଉ କି ୧୯୯୯ ମହାବାତ୍ୟା ପରେ ଓଆର୍ଏଚଡିସ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣକୁ ନେଇ ୫୫ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ୨୦୦୭ ମସିହାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।