ଭଦ୍ରକ : କୋଟିପତି କନ୍‌ସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବାଲେଶ୍ବର/ଭଦ୍ରକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସର୍ବଶିକ୍ଷା ଅଭିଯାନ ଭଦ୍ରକ ଜିଲ୍ଲା ପ୍ରକଳ୍ପ ସଂ‌ଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବୈଷୟିକ ପରାମର୍ଶଦାତା (ଟେକ୍‌ନିକାଲ କନସଲଟାଣ୍ଟ) ବୈଲୋଚନ ପୁହାଣଙ୍କ ଘର, ଅଫିସ ପ୍ରକୋଷ୍ଠ ଓ ବିଭିନ୍ନ ସ୍ଥାନରେ ଥିବା ସମ୍ପର୍କୀୟଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଯାଞ୍ଚ ସମୟରେ ଶ୍ରୀ ପୁହାଣଙ୍କ ନାମରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ୍‌ ବାଲାନ୍ସ ଓ ବୀମା କାଗଜପତ୍ର ଭିଜିଲାନ୍ସ ଟିମ୍‌ ହାତରେ ଲାଗିଛି।

ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ସେନାପତିଙ୍କ ନିର୍ଦେଶକ୍ରମେ ଗୁରୁବାର ସକାଳେ ୫ଟି ଟିମ୍‌ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଥିବା ଶ୍ରୀ ପୁହାଣଙ୍କ ଅଫିସ ପ୍ରକୋଷ୍ଠ, ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଆଚାର୍ଯ୍ୟନଗରସ୍ଥିତ ଘର, ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ବଣିଆସ୍ଥିତ ପୈତୃକଘର, ବନ୍ତ ଥାନା ଟିଲୋ ତାଳପଦା ଛକରେ ଥିବା ବଡ଼ଶଳା ଘର, ଟିକିତିରା ମଧୁବନରେ ଥିବା ସାନଶଳା ଘରେ ଏକକାଳୀନ ଚଢ଼ଉ କରିଥିଲେ। ପ୍ରାଥମିକ ଭାବେ ଶ୍ରୀ ପୁହାଣଙ୍କ ନାମରେ ୧ କୋଟି ୨୨ ଲକ୍ଷ ୮୨ ହଜାର ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଥିବା ଆକଳନ କରିଛି ଭିଜିଲାନ୍ସ।

ସମ୍ବନ୍ଧିତ ଖବର