ବର୍ଷା ପାଣି ନିଷ୍କାସନ ପାଇଁ ତାତିଲେ ଲୋକେ : ପୁରୀ-ସାତପଡ଼ା ରାସ୍ତା ଅବରୋଧ

ବ୍ରହ୍ମଗିରି : ବର୍ଷା ପାଣି ନିଷ୍କାସନ ପାଇଁ ବାଟ ନଥିବାରୁ ପଣସପଦା ଅଞ୍ଚଳର ଶତାଧିକ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ତୁରନ୍ତ ବର୍ଷା ପାଣି ନିଷ୍କାସନ ଦାବି କରି ଆଜି ସକାଳୁ ଲୋକମାନେ ପୁରୀ-ସାତପଡ଼ା ରାଜପଥକୁ ପଣସପଦା ବଜାରଠାରେ ୨ ଘଣ୍ଟା ଅବରୋଧ କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାନବାହନ ଓ ପର୍ଯ୍ୟଟକ ରାଜପଥରେ ଫସି ରହିଥିଲେ। ଖବର ନେବାରେ ଜଣାପଡ଼ିଛି, ଲଗାଣ ବର୍ଷା ‌ଯୋଗୁଁ ପଣସପଦାର ତଳିଆ ଅ‌ଞ୍ଚଳରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଉପର ମୁଣ୍ତରେ ବର୍ଷା ଜଳ ନିଷ୍କାସନ ପାଇଁ ବାଟ ନ ଛଡ଼ାଯିବାରୁ ଲୋକମାନେ ପାଣି ଘେରରେ ରହିବା ସହ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାର ପ୍ରତିବାଦରେ ଆଜି ସକାଳୁ ଶତାଧିକ ଲୋକେ ପୁରୀ-ସାତପଡ଼ା ରାଜପଥର ପଣସପଦା ଛକଠାରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାଶୁଝା କରିବା ସହ ତୁରନ୍ତ ବର୍ଷା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର