ଯାଜପୁର: କଳିଙ୍ଗ ନଗର ଠାରେ ଥିବା ଇମାମି ସିମେଣ୍ଟ କାରଖାନାରେ ସ୍ଥାନୀୟ ବେକାର ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରି ବୁଧବାର ସକାଳେ ମାନତୀରା ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ସକାଳ ପ୍ରାୟ ୮ଟା ବେଳେ ୨୫୦ ସରିକି ମହିଳା ଓ ପୁରଷ ସିମେଣ୍ଟ୍ କାରଖାନାର ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି।
ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କାରେ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।