ଭିମ୍‌ସାରରେ ୩ କରୋନା ଆକ୍ରାନ୍ତ: କାଜୁଆଲିଟି ସହ ୨ ବିଭାଗ ବନ୍ଦ ହେବ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନା ପରିସରରେ ପୁଣି ୩ ଜଣ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଡାକ୍ତରଖାନାର ଗୁରୁତ୍ବପୂର୍ଣ୍ଣ କାଜୁଆଲଟି, ହୃଦ୍‌ରୋଗ ଏବଂ ଛାତି ଓ ଯକ୍ଷ୍ମା ବିଭାଗରେ ଜଣେ ଲେଖାଏଁ ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ଭିମ୍‌ସାର ଆଇସୋଲେସନ୍‌ ୱାର୍ଡକୁ ନିଆଯାଇ ସେଠାରେ ରଖାଯାଇଛି। ଏହାପରେ ଡାକ୍ତରଖାନାରେ କୋକୁଆ ଭୟ ଖେଳି ଯାଇଛି। ଆସନ୍ତାକାଲି ଏ ସମସ୍ତ ୱାର୍ଡ ସାନିଟାଇଜ୍‌ କରାଯିବ ବୋଲି ସୂଚନା ମିଳିଛି। ଏହି ୩ ରୋଗୀଙ୍କ ସଂସ୍ପର୍ଶରେ ୩୦ରୁ ଅଧିକ ପ୍ରଫେସର, ଡାକ୍ତର, ପିଜି ଛାତ୍ର ଓ ନର୍ସ ଆସିଥିବାରୁ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର