ଜୁଲାଇ ୨୬ ଯାଏଁ ଭିମ୍‌ସାରର ଆଉଟ୍‌ଡୋର୍‌ ବନ୍ଦ, ଅଣଜରୁରୀକାଳୀନ ରୋଗୀଙ୍କୁ ମିଳିବ ନାହିଁ ଚିକିତ୍ସା ସୁବିଧା

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନା(ଭିମ୍‌ସାର)କୁ ଗ୍ରାସିଲାଣି କରୋନା। ଗତକାଲି ସୁଦ୍ଧା ଏଠାକାର ଡାକ୍ତର ଓ ନର୍ସଙ୍କ ସମେତ ୧୯ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ମେଡିକାଲ(ଭିମ୍‌ସାର)ର ସମସ୍ତ ଆଉଟ୍‌ଡୋର୍‌କୁ ୧୯ ତାରିଖ ଯାଏଁ ବନ୍ଦ କରି ଦିଆଯାଇଥିଲା। ହେଲେ ଏହାକୁ ଆଗାମୀ ୨୬ ତାରିଖ ଯାଏଁ ବଢାଇ ଦିଆଯାଇଛି। ଅର୍ଥାତ୍ ଆଗାମୀ ୨୬ ତାରିଖ ଯାଏଁ ଆଉଟ୍‌ଡୋର୍‌ ବନ୍ଦ ରହିବ ଏବଂ ଅଣଜରୁରୀକାଳୀନ ରୋଗୀଙ୍କୁ ଭିମସାରରେ ଭର୍ତ୍ତି କରାଯିବ ନାହିଁ। ନିୟମିତ ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି। କେବଳ କାଜୁଆଲିଟି ଓ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଖୋଲା ରହିଛି। ଏହାଛଡ଼ା ଅନ୍ୟ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଥିବା ରୋଗୀଙ୍କୁ ଭର୍ତ୍ତି କରାଯିବ।

image source–sarv jankari

ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ଓ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ବୁର୍ଲା ମେଡିକାଲରେ ଚିକିତ୍ସା ସେବା ଏଭଳି ଅଚଳ ହେବା ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର