ଲକ୍ଷ୍ମୀପୁର ଅଚଂଳରେ ଦୁଇଦିନ ହେଲା ହ୍ଵାଟ୍ସଆପ୍ ଗ୍ରୁପରେ ଘୁରିବୁଲୁଛି ଅଶ୍ଳୀଳ ଭିଡିଓ ଓ ଫଟୋ

ଯୁବପିଢିଙ୍କ ଯୋଗୁଁ ସୋସିଆଲ୍ ମିଡିଆ ଅପଦସ୍ତ

ଲକ୍ଷ୍ମୀପୁର : ସୋସିଆଲ ମିଡିଆ ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ନେଇଥିବା ବେଳେ କିଛି ଯୁବକଙ୍କ ପାଇଁ ଏହା ଅପଦସ୍ତ ହେବା‌ରେ ଲାଗିଛି। ଯାହାଫଳରେ ଲୋକେ ସୋସିଆଲ୍ ମିଡିଆ ବ୍ୟବହାର କରିବାକୁ ଡରିଲେଣି। ବର୍ତମାନ ସୋସିଆଲ ମିଡିଆର ହ୍ଵାଟ୍ସଆପ୍ ଜରିଆରେ ଲୋକମାନେ ବହୁତ ବିଷୟ ସହ ଖବର ସମାଚାର ତୁରନ୍ତ ଜାଣିପାରୁଛନ୍ତି। ସୋସିଆଲ ମିଡିଆ ସାଧାରଣଲୋକଙ୍କ ଜୀବନରେ ଯେତିକି ଭଲ ସେତିକି ଖରାପ ପ୍ରଭାବ ମଧ୍ୟ ପକାଇବାରେ ଲାଗିଛି। ଏଭଳି ଏକ ଘଟଣା ଲକ୍ଷ୍ମୀପୁର ଅଚଂଳରେ ଦୁଇଦିନ ହେଲା ଘଟିଛି। ଲକ୍ଷ୍ମୀପୁର ବ୍ଲକ ଅଚଂଳରେ ଦୁଇଦିନ ହେବ ଓ୍ଵାଇ ନାମରେ ଏକ ହ୍ଵାଟ୍ସଆପ୍ ଗ୍ରୁପ ଖୋଲାଯାଇଛି। ଯେଉଁ ଗ୍ରୁପରେ କି ଅଶ୍ଲୀଳ ଭିଡିଓ, ଫଟୋ ସହ ଅସଭ୍ୟ ଭାଷାରେ ଲେଖାଥିବା ମେସେଜ ଆସୁଛି। ଉକ୍ତ ଗ୍ରୁପରେ ଲକ୍ଷ୍ମୀପୁର ବ୍ଲକର ଓକିଲ, ସାମ୍ବାଦିକ, ସରକାରୀ କର୍ମଚାରୀ, ବ୍ୟବସାୟୀ ଓ ପୁଲିସ ଅଧିକାରୀମାନଙ୍କୁ ସାମିଲ କରାଯାଇଛି। ଏହା ଦେଖି କିଛି ଲୋକ ସଙ୍ଗେ ସଙ୍ଗେ ନିଜେ ନିଜେ ଗ୍ରୁପରୁ ବାହାରି ପଡିଥିଲେ। ଆଜି ସକାଳୁ ସକାଳୁ ବଜାର ମଝିରେ ଯେଉଁମାନଙ୍କୁ ଏହି ମେସେଜ ଖରାପ ଲାଗିଥିଲା ସେମାନେ ଯିଏ ଏଇ ଗ୍ରୁପ ଆଡମିନ ତାକୁ ଫୋନ କରି ପଚାରିବାରୁ ମୁଁ ଆଡମିନ ନୁହଁ ମତେ କେହି ଜଣେ ଗ୍ରୁପରେ ଚୟନ କରି ଆଡମିନ କରିଦେଇଛି ବୋଲି କହିଥିଲା। ଏ ନେଇ ଥାନାରେ ଜଣାଇବା ବୋଲି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ତଥାପି କେହି ଥାନାର ଦ୍ଵାରସ୍ଥ ହୋଇନଥିଲେ।

 

ଏହି ଗ୍ରୁପରେ କ୍ରିଏଟ ଯିଏ କରିଛି ସେଇ ଲୋକଟି ବଡ ଚତୁରତାର ସହ ନିଜେ ଆଡମିନରୁ ହଟି ଅନ୍ୟଜଣେ ଲୋକର ନମ୍ବରକୁ ଆଡମିନ କରି ଚୁପ ରହିଯାଇଥିବା ଜଣାପଡିଥିଲା। ଗ୍ରୁପରେ ଯିଏ ଖରାପ ଭିଡିଓ ଛାଡିଥିଲା ସିଏ ବର୍ତମାନ ଦିଲ୍ଲୀରେ ରହୁଥିବା କହିବା ସହ ଏ ଗ୍ରୁପରେ କାହିଁକି ମୋତେ ସାମିଲ କରିଥିଲ, ମୁଁ କହିଥିଲି କି ବୋଲି ହିନ୍ଦୀରେ କହିବା ସହ ପରବର୍ତୀ ମୁହୁର୍ତରେ ଗ୍ରୁପରୁ ଏକଜିଟ ହୋଇଯାଇଥିଲେ। ଗ୍ରୁପ୍‌ରେ ଦିଲ୍ଲୀ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ଅନେକଙ୍କ ନମ୍ବର ସାମିଲ କରାଯାଇଥିବା ବେଳେ ଏଠାରେ ଖଣିଖନନ ଚାଲୁଥିବାରୁ ବାହାର ରାଜ୍ୟରୁ ଆସିଥିବା ବ୍ୟବହାରକାରୀ  ହିଁ ଏଭଳି ଅଶ୍ଲୀଳ ଭିଡିଓ ଓ ଫଟୋ ଛାଡୁଥିବା ଅନୁମାନ କରାଯାଇଛି। ଏଭଳି ଗ୍ରୁପକୁ ପୁଲିସ ତରଫରୁ ବ୍ୟାନ୍‌ କରାଯିବା ସହ ଏକ ମାମଲା ରୁଜୁ କରିବା ନିହାତି ଜରୁରି ହୋଇପଡିଛି। ଅପର ପଟେ ଗୋଟିଏ ଦିନରେ ତିନୋଟି ଆଡମିନ ଚେଞ୍ଜ ହୋଇଥିବା ବେଳେ ଏଥିରେ ସାମିଲ ହୋଇଥିବା ଲୋକେ ଆମ ଅଜାଣତରେ ଆମକୁ ଏଥିରେ ସାମିଲ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।  ଅନ୍ୟପକ୍ଷରେ ଯଦି କାହାର ସ୍ମାର୍ଟ ଫୋନ ହଜିଯାଇଥାଏ ଓ କୌଣସି ଦୃଷ୍ଠାମି ଯୁବ ବ୍ୟକ୍ତିଙ୍କ ହାବୁଡରେ ପଡିଯାଇଥାଏ ତାହେଲେ ସେ ମଧ୍ୟ ଗ୍ରୁପ ତିଆରି କରି ଏମିତି କରିଥାଏ ବୋଲି ଆଲୋଚନା ହେଉଥିବା ବେଳେ ଭୁଲରେ ଗ୍ରୁପ୍‌ କରିଥିବା ବ୍ୟକ୍ତି ଭୁଲ ବ୍ୟକ୍ତିଙ୍କୁ ସାମିଲ କରିଦେଇଥିବା ମଧ୍ୟ ଜୋର ଧରିଛି।

 

ସମ୍ବନ୍ଧିତ ଖବର