ଓ୍ଵବ୍‌ସାଇଟ୍‌ରେ ଛଡାଗଲା ଧନ୍ଦାମୂଳକ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ପ୍ରବେଶପତ୍ର ଆଜି ବୋର୍ଡ ଓ୍ଵବ୍‌ସାଇଟ୍‌ରେ ଛଡାଯାଇଛି। ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ବୋର୍ଡ ଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ସ୍କୁଲ କୋର୍ଡ ଓ ପାସ୍‌ଓ୍ଵାର୍ଡ ଲଗ୍‌ ଇନ୍‌ କରି ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରି ପିଲାମାନଙ୍କୁ ଯୋଗାଇ ଦେଇପାରିବେ। ଧନ୍ଦାମୂଳକ ଥିଓରୀ ପରୀକ୍ଷା ଆସନ୍ତା ମାର୍ଚ ୭ତାରିଖ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ରାଜ୍ୟର ୩୧୧ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୩୧୩ଟି ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହାର ପ୍ରାକ୍ଟିକାଲ ପରୀକ୍ଷା ଏପି୍ରଲ୍‌ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନବମ ଛାତ୍ରଛାତ୍ରୀ ଟ୍ରାଭେଲ୍‌ ଆଣ୍ଡ୍‌ ଟୁରିଜିମ୍‌(ଟିଟି), ଇନ୍‌ଫରମେସନ୍‌ ଟେକ୍ନୋଲୋଜି(ଆଇଟି), ରିଟେଲ୍‌ (ଆର୍‌ଟି, ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ଆଣ୍ଡ ଇନ୍‌ସ୍ୟୁରାନ୍‌ସ(ବିଏଫ୍‌), ହେଲ୍‌ଥ କେୟାର(ଏଚ୍‌ସି), ବ୍ୟୁଟି ଆଣ୍ଡ୍‌ ଓ୍ଵଲ୍‌ନେସ୍‌ ଆଦି ୬ଟି ବିଷୟରେ ପରୀକ୍ଷା କରାଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର