ଅସହାୟ ବୃଦ୍ଧାଙ୍କ ମୃତ୍ୟୁ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ଦେବଗଡ଼ : ଦେବଗଡ଼ ପୌର ପରିଷଦ ୫ ନଂ ୱାର୍ଡରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର କେହି ନଥିବାରୁ ଶବ ପଡ଼ି ରହିଥିଲା। ମାନବିକତା ଦେଖାଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ହ୍ୟାପି ଟୁ ହେଲ୍ପ ଫାଉଣ୍ଡେସନ୍‌ର ସଦସ୍ୟ ଓ ଅନ୍ୟ ସ୍ବେଚ୍ଛାସେବୀ ମିଶି ଶବ ସତ୍କାର କରିଥିଲେ।

ସୂଚନା ଅନୁଯାୟୀ  ୫ ନମ୍ବର ୱାର୍ଡରେ ଏକ କୁଡ଼ିଆରେ ବହୁ ଦିନ ଧରି ବୃଦ୍ଧ ଦମ୍ପତି ଦୀର୍ଜୁ ଶବର ଓ ବାସନ୍ତି ଶବର ରହି ଆସୁଛନ୍ତି। ଗୁରୁବାର ବୃଦ୍ଧା ବାସନ୍ତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ବୃଦ୍ଧାଙ୍କ କୌଣସି ସମ୍ପର୍କୀୟ ନଥିବା ବେଳେ ବୃଦ୍ଧାଙ୍କ ସ୍ୱାମୀ ଦୀର୍ଜୁ ମଧ୍ୟ ବାର୍ଦ୍ଧକ୍ୟ ଜନିତ କାରଣରୁ ଶବ ସତ୍କାର ପାଇଁ ସକ୍ଷମ ନ ଥିଲେ। ଫଳରେ ମୃତଦେହ ପଡ଼ି ରହିଥିଲା। ସାହି ବାସିନ୍ଦାଙ୍କ ଠାରୁ ଖବର ପାଇ କାଉନସିଲର ଯତୀନ ନାୟକ ସେଠାରେ ପହଞ୍ଚି ଶବ ସତ୍କାର ପାଇଁ ପ୍ରସ୍ତୁତି କରିଥିଲେ। ସେ କିଛି ସ୍ୱେଚ୍ଛାସେବୀ ଓ ହ୍ୟାପି ଟୁ ହେଲ୍ପ ଫାଉଣ୍ଡେସନ ସଦସ୍ୟଙ୍କ ସହାୟତାରେ ପ୍ରଧାନପାଟ ସ୍ଥିତ ସ୍ୱର୍ଗଦ୍ୱାରରେ ବୃଦ୍ଧା ବାସନ୍ତୀଙ୍କ ଶବ ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର