ଗଣତନ୍ତ୍ରକୁ ଆୟତ୍ତ କରିବା ପାଇଁ ସରକାରୀ ଅର୍ଥରେ ଭୋଟ ଚାଲିଛି: ନିରଞ୍ଜନ

ଭୁବନେଶ୍ବର: କଂଗ୍ରେସର ଭବିଷ୍ୟତ ନିଶ୍ଚିତ ଅଛି। ସବୁବେଳେ ଅନ୍ୟାୟ, ଅସତ୍ୟ ରହିବ ନାହିଁ। ଯେଉଁଦିନ ଭାରତବାସୀ ଏହାର ବିଚାର କରିବେ ନିଶ୍ଚିତଭାବେ ପରିବର୍ତନ ଆସିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ଅସତ୍ୟ ଓ ଅନ୍ୟାୟ ଉପରେ ଅତୀତରେ ରାଜନୀତି କରିନାହିଁ କି ଆଗକୁ ମଧ୍ୟ କରିବି ନାହିଁ। ସଭାପତି ରହେ କି ନ ରହେ କଂଗ୍ରେସକୁ ସଂଗଠିତ କରିବା ଲାଗି ପ୍ରଚେଷ୍ଟା ଜାରି ରହିବ। ଏବେ ଗଣତନ୍ତ୍ରକୁ ସୁରକ୍ଷା ପାଇଁ ରାଜନୀତି ହେଉନାହିଁ। ପୌର ନିର୍ବାଚନ ପାଇଁ କୋଟି କୋଟି ଟଙ୍କାରେ ଟିକେଟ୍‌ ବିକ୍ରି ‌ଚାଲିଛି। ଏତେ ଟଙ୍କାରେ ଟିକେଟ୍ କିଣୁଥିବା ବ୍ୟକ୍ତିଟିଏ ବିଜୟୀ ହେବା ପରେ କି ପଦକ୍ଷେପ ଗ୍ରହଣ କରିବ ?

ସେ ଆହୁରିମଧ୍ୟ କହିଛନ୍ତି‌, ଗଣତନ୍ତ୍ର ଏବେ ଠିକ ରାସ୍ତାରେ ଚାଲିନାର୍ହି। ବ୍ୟକ୍ତିଗତ ସ୍ବାର୍ଥ ଓ ଶାସନରେ ରହିବାର ଅପକୌଶଳ ପ୍ରଶାସକମାନଙ୍କ ମାଧ୍ୟମରେ ଏହି କାର୍ଯ୍ୟ ହେଉଛି। ବିଗତ ୨୨ବର୍ଷରେ ରାଜ୍ୟରେ କର୍ମନିଯୁକ୍ତି, ଆର୍ଥିକ ସ୍ଥିତିରେ ସୁଧାରିବା ଭଳି କୌଣସି କାର୍ଯ୍ୟ ହୋଇନାହିଁ। ଗଣତନ୍ତ୍ରକୁ ଆୟର ରଖିବା ପାଇଁ ସରକାରୀ ଅର୍ଥରେ ଭୋଟ କାର୍ଯ୍ୟ ଚାଲିଛି। ଏହା ଏକ ଶୁଭ ସଂକେତ ନୁହେଁ। ପୂର୍ବରୁ ରାଜ୍ୟରେ କୌଣସି ଘଟଣା ଘଟିଲେ ବିରୋଧୀ ଦଳ ସହିତ ଆଲୋଚନା ହେଉଥିଲା। ମାତ୍ର ଏବେ ସେସବୁ ନାହିଁ। ଅନେକ ବିଧାନସଭାକୁ ମଧ୍ୟ ଯିବାକୁ ପସନ୍ଦ କରୁ ନାହାନ୍ତି। ଏହା କେବଳ ଓଡ଼ିଶାରେ ହେଉଛି ତା’ ନୁହେଁ, ଅନ୍ୟସ୍ଥାନରେ ମଧ୍ୟ ତାହା ଦେଖିବାକୁ ମିଳିଲାଣି। ଯେ ପର୍ଯ୍ୟନ୍ତ ସାଧାରଣ ଲୋକ ଗଣତନ୍ତ୍ରର ମୂଲ୍ୟବୋଧକୁ ବୁଝି ନାହାନ୍ତି ବିଶୃଙ୍ଖଳା, ଅନ୍ୟାୟ ବଢ଼ି ଚାଲିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର