ପୌରାଞ୍ଚଳରେ ଜଳ କର ବୃଦ୍ଧି ପ୍ରସଂଗ : ହାଇକୋର୍ଟରେ ହାଜର ହେବେ ନଗର ଉନ୍ନୟନ ସଚିବ

କଟକ : ପୌରାଞ୍ଚଳରେ ‌ଜଳ କର ଅହେତୁକ ବୃଦ୍ଧି ପ୍ରସଂଗକୁ ନେଇ ଦାୟର‌ ମାମଲାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହେବେ। କେଉଁ ଆଧାରରେ ପୌରାଞ୍ଚଳରେ ଅଞ୍ଚଳବାସୀଙ୍କ ପାଇଁ ଜଳ କର ଧାର୍ଯ୍ୟ କରାଯାଉଛି ସେ ନେଇ ବିସ୍ତୃତ ବିବରଣୀ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନିର୍ଦ୍ଦେଶ ସତ୍ବେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏ ସଂପର୍କିତ ବିବରଣୀ ଦାଖଲ କରାଯାଇ ନଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ସମୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଏହି ପ୍ରସଂଗରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୮ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର