ଆରମ୍ଭ ହେଲା ଅପର ଜୋଙ୍କ ପାଣି ବିବାଦ, ରାଜପଥ ଅବରୋଧ କଲେ ତଳମୁଣ୍ଡ ଚାଷୀ

ନୂଆପଡ଼ା : ନୂଆପଡ଼ା ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପର ପାଣି ବଣ୍ଟନକୁ ନେଇ ପୁଣି ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚଳିତ ବର୍ଷ ତଳମୁଣ୍ଡ ଚାଷୀ ରବି ଚାଷ ପାଇଁ ତୁରନ୍ତ ପାଣି ଛାଡ଼ିବା ଦାବି କରି ୫୩୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଶୁକ୍ରବାର ସଦର ବ୍ଲକ ଗୌତମା ଛକଠାରେ ୩ ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଦିନ ଭିତରେ ତଳମୁଣ୍ଡକୁ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ରାସ୍ତ ଅବରୋଧ ପ୍ରତ୍ୟାହାର କରିଥିଲେ।

ଏହି ଆଲୋଚନାରେ ପ୍ରଶାସନ ପକ୍ଷରୁ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାୟକ ଓ ଜୋଙ୍କ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗଚରଣ ସାହୁ, ଅତିରିକ୍ତ ଏସପି ସୁନୀଲ ଆଚାର୍ଯ୍ୟ, ଖରିଆର ରୋଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଉପସ୍ଥିତଥିଲେ। ଏହି ରାସ୍ତା ଅବରୋଧରେ ରାଜେଶ ନିଗମ, ମହେଶ ନିଆଲ, ଦେବୀପ୍ରସାଦ ମିଶ୍ର, ପ୍ରମୋଦ ସାହୁ, ହିରଣ ସାହୁ, ମନୋଜ ସାହୁ, ରାଜେଶ ସାହୁ, କାଳିଚରଣ ସାହୁ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର