ପାଣିପାଗ : ଶନିବାରଠାରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଆସନ୍ତାକାଲିଠାରୁ ରାଜ୍ୟର କେତେକ ଜିଲ୍ଲାରେ ପାଗ ପରିବର୍ତ୍ତନ ହୋଇ ସାମାନ୍ୟ ବର୍ଷା ହୋଇପାରେ ।
ଏସବୁ ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର,କଳାହାଣ୍ଡି । ଏସବୁ ଜିଲ୍ଲାଗୁଡ଼ିକୁ ଛାଡ଼ି ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ । ରବିବାର ଓ ସୋମବାରଦିନ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ମଧ୍ୟରେ ରହିଛନ୍ତି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଅନୁଗୁଳ,କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର । ଏସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି । ସୋମବାର ବେଳକୁ ଓଡ଼ିଶାର କେତେକ ଉପକୂଳବର୍ତ୍ତୀ ଜିଲ୍ଲା, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ,ମୟୁରଭଞ୍ଜ ଆଦି ଜିଲ୍ଲାରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଆହୁରି ମଧ୍ୟ ଉପକୂଳ ଓଡ଼ିଶା, ଢେଙ୍କାନାଳ, ବୌଦ୍ଧ, ମୟୁରଭଞ୍ଜ ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବୋହିବା ସହ ବଜ୍ରପାତ ହୋଇପାରେ । ସେହିପରି କନ୍ଧମାଳ,ବୌଦ୍ଧ, କଟକ, ଯାଜପୁର,କେନ୍ଦ୍ରପଡ଼ା, ଭଦ୍ରକ ଆଦି ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସମ୍ବନ୍ଧିତ ଖବର