ବାଇକ୍‌ରୁ ଖସିପଡ଼ି ମହିଳାଙ୍କ ମୃତ୍ୟୁ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ପାଣ୍ଠି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କପାସପଡ଼ା‌ ସୀତା ନଦୀ ପୋଲ ନିକଟରେ ଚଳନ୍ତା ବାଇକ୍‌ରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ନିକଟସ୍ଥ ମୁକ୍ତାପୁର ଗ୍ରାମର ଛବି ମୁଣ୍ଡାଙ୍କ ପତ୍ନୀ ଦ୍ରୌପଦୀ ମୁଣ୍ଡା (୪୦)।  ସେ ସୀତିବିଞ୍ଜ ଗ୍ରାମର ଜ୍ବାଇଁ ଟୁନା ହେମ୍ବ୍ରମଙ୍କ ବାଇକ୍‌ରେ ଢେଙ୍କିକୋଟ ସାପ୍ତାହିକ ହାଟରୁ ଗ୍ରାମକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ଘଟଣା ସ୍ଥଳରେ ଢେଙ୍କିକୋଟ ଫାଣ୍ଡି ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର